ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରାକମ ସଂରକ୍ଷିତ ଜଂଗଲରୁ ଲୁହାପଥର ଚୋରି କରୁଥିବା ବେଳେ ଗତକାଲି ବିଳମ୍ୱିତ ରାତିରେ ବନବିଭାଗ ଚଢଉ କରି ୨ଟି ୧୨ ଚକିଆ ଟ୍ରକ ଓ ଏକ ଜେସିବି ମେସିନକୁ ଜବତ କରିଛି। ଲୁହାପଥରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ବନ ବିଭାଗର ଚଢ଼ଉ  ସଂପର୍କରେ ଜାଣିପାରି ମାଫିଆମାନେ ଚକମା ଦେଇ ଘଟଣାସ୍ଥଳରୁ ଛୁ ମାରିଥିଲେ। କାଦକଳା, ରାକମ, ଲୁହାକଳା ଆଦି ଅଞ୍ଚଳରୁ ନିୟମିତ ଲୁହାପଥର ଚୋରି ହେଉଥିଲେ ମଧ୍ୟ ବନବିଭାଗ ମାଫିଆଙ୍କୁ ଧରିବାରେ ବିଫଳ ହେଉଥିଲା। ଗତକାଲି ବିଳମ୍ୱିତ ରାତିରେ ହାତୀ ଟ୍ରାକିଂ ଡ୍ୟୁଟି କରୁଥିବା ସମୟରେ ଲୁହାପଥର ଚୋରି ହେଉଥିବା ଖବର ପାଇ କର୍ମଚାରୀମାନେ ଚଢଉ କରିଥିଲେ। ଫେରାର ମାଫିଆଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି।

ଏହି ଚଢଉରେ ବିଜେପି ରେଞ୍ଜ ରେଞ୍ଜର ମାନସ କୁମାର ମୁର୍ମୁଙ୍କ ସହିତ ସଦର ରେଞ୍ଜ, ଚମ୍ପୁଆ ରେଞ୍ଜ ବନବିବିଭାଗ ଟିମ୍ ଓ ନୟାକୋଟ ପୁଲିସ ସାମିଲ ହୋଇଥିଲେ।

The post ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚୋରି ବେଳେ ବନ ବିଭାଗର ଚଢ଼ଉ: ଟ୍ରକ୍, ଲୋଡର୍ ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/3b2pDux