
ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ସଂପର୍କରେ ଏକ ଇ-ଆଲୋଚନାଚକ୍ର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶା ମାଁ ରକ୍ତାମ୍ବରୀ ନୂଆପଡ଼ା ଶାଖା ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଜିଲ୍ଲାର ବୁଦ୍ଧିଜୀବୀମାନଙ୍କ ସହିତ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ପ୍ରତିଭାଗୀ ଆଲୋଚକମାନେ ଅଂଶଗ୍ରହଣ କରିଥିଲେ।
ନୂଆପଡ଼ା ଜିଲ୍ଲାର ପର୍ଯ୍ୟଟନସ୍ଥଳର ଇତିହାସ, ଭୌଗୋଳିକ ତଥା ଆଧ୍ୟାତ୍ମିକ ଦିଗ ସଂପର୍କରେ ବରିଷ୍ଠ ସାମ୍ବାଦିକ ତଥା ଲୋକ ସଂସ୍କୁତି ଗବେଷକ ମାୟାଧର ସରାଫ ବ୍ୟାପକ ଭାବେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଅନେକ ପ୍ରାକୢତିକ, ଆଧ୍ୟାତ୍ମିକ କ୍ଷେତ୍ର ଅଛି। ଅନେକ ଐତିହାସିକ କୀର୍ତ୍ତିରାଜି ଅଛି, କିନ୍ତୁ ପ୍ରଶାସନିକ ସ୍ତରରେ ପ୍ରଚାର ପ୍ରସାରର ଅବହେଳା ଯୋଗୁଁ ଲୋକଲୋଚନକୁ ଆସିପାରୁନାହିଁ।

ଏହି ଇ-ଆଲୋଚନାଚକ୍ରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ନୂଆପଡ଼ା ଜିଲ୍ଲା ମାଁ ରକ୍ତାମ୍ବରୀ ଶାଖାର ସଂଯୋଜକ ଅଧ୍ୟାପକ ରୁଦ୍ରମାଧବ ବାରିକ ଆଲୋଚନାକୁ ସଂଯୋଜନା କରିଥିଲେ। କଳାହାଣ୍ତି ଶାଖା ସଂଯୋଜକ ମନୋଜ କୁମାର ନାୟକ, ବଲାଙ୍ଗୀରରୁ ରାମଚନ୍ଦ୍ର ପଟେଲ, କୋମନା ଯୁକ୍ତ ତିନି କଲେଜର ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ତା ,ଆଇନଜୀବୀ ବିଭୁଦତ୍ତ ଚଲାନ, ସାଗରୀ ସାହୁ, ଜୟଶ୍ରୀ ଦଣ୍ତସେନା, ସୁନୀଲ କୁମାର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ମନୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
The post ପ୍ରଶାସନିକ ଅବହେଳା ଯୋଗୁଁ ଲୋକଲୋଚନକୁ ଆସିପାରୁନାହିଁ ନୂଆପଡ଼ା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର first appeared on Sambad.
from ଜିଲ୍ଲା – Sambad https://ift.tt/37f5BvN
0 Comments