ରାଇରଙ୍ଗପୁର/ବିଜାତଳ।: ବାହାଘର ଦିନ ବରକୁ ବାନ୍ଧିଲା ପୁଲିସ। ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଘୁଙ୍ଗୁପାହାଡ଼ି ଗ୍ରାମରେ। ଜଣଙ୍କୁ ପ୍ରେମ କରି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିଲେ ଯୁବକ। ଅଭିଯୋଗ ଅନୁଯାୟୀ ଘୁଙ୍ଗୁପାହାଡ଼ିର ତୁଳସୀ ପ୍ରଧାନ ନାମକ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରି ବିବାହର ପ୍ରତିଶୃତି ଦେଇ ଦୀର୍ଘ ତିନିବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲା ।
କିନ୍ତୁ ଆଜି ଅନ୍ୟଜଣେ ଝିଅକୁ ବିବାହ କରୁଥିବା ଜାଣିବାକୁ ପାଇଁ ପୀଡିତା ଯୁବତୀ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଣେ ଯୁବତୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବାର ଅଭିଯୋଗ ପାଇବା ପରେ ବିବାହ କରିବାକୁ ଯାଇଥିବା ଅଭିଯୁକ୍ତ ତୁଳସୀ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗ୍ରାମାଞ୍ଚଳ ଥାନା ପୁଲିସ ୨୮/୨୧ ରେ କେସ ରୁଜୁ କରି ତଦନ୍ତ କରୁଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି | ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |
The post ବାହାଘର ଦିନ ବନ୍ଧା ହେଲା ବର, ଧୋକା ଦେବା ଅଭିଯୋଗରେ ବରକୁ ଉଠାଇନେଲା ପୁଲିସ first appeared on Sambad.
from ଜିଲ୍ଲା – Sambad https://ift.tt/2ZDP9AU
0 Comments