
ପୁରୀ: ଚୂଳ ବେପାର ଆଳରେ ଗଞ୍ଜେଇ ବ୍ୟବସାୟ। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ତତ୍ତ୍ବାବଧାନରେ ପିପିଲି ଥାନା ଅଧିକାରୀ ରଙ୍କନିଧି ମଲିକ, ପିପିଲି ଅଞ୍ଚଳରେ କଲିକତାରୁ ଆସି ଚୂଳ ବେପାର ଆଳରେ ଗଞ୍ଜେଇ ବ୍ୟବସାୟ କରୁଥିବା ଶେଖ୍ ଜୁଲଫିକୁର ନାମକ ଜଣେ ବ୍ୟକ୍ତିଙ୍କଠାରୁ ୨୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି।
ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ। ଏହି ଚଢ଼ଉରେ ଏ ଏସ ଆଇ ସୁଶାନ୍ତ କୁମାର ମହାପାତ୍ର, ସନ୍ତୋଷ କୁମାର ନାୟକ, କନେଷ୍ଟବଳ ଦୀନବନ୍ଧୁ ବାରିକ, ତପନ କୁମାର ପ୍ରଧାନ, ପ୍ରଦୀପ୍ତ କୁମାର ପଣ୍ଡା ଆଦି ଅଂଶଗ୍ରହଣ କରିଥିଲେ। ଏହି ମାମଲାରେ ପିପିଲି ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଆସାମୀଙ୍କୁ କୋର୍ଟ ଚାଲଣ କରାଯାଇଛି ।
The post ଚୂଳ ବେପାର ଆଳରେ ଗଞ୍ଜେଇ ବ୍ୟବସାୟ: ଅଭିଯୁକ୍ତ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3ut4UZP
0 Comments