
ବାଲିଗୁଡା: କନ୍ଧମାଳ ଜିଲ୍ଲାରେ ଗୋଟିଏ ରାତିରେ ୨ଟି ମନ୍ଦିରରୁ ଚୋରି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ। ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ବେଳେ ପୁଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଶ୍ରୀ ଜଗନ୍ନାଥ ମନ୍ଦିରର ହୁଣ୍ଡି (ଦାନବାକ୍ସ) ଓ ମା ଦକ୍ଷିଣକାଳୀ ମନ୍ଦିରର ମା ପିନ୍ଧିଥିବା ଦୁଇଟି ହାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସକାଳୁ ସକାଳୁ ପୂଜକମାନେ ନୀତିକାର୍ଯ୍ୟ କରିବା ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ କଲା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଘଟଣାକୁ ଗୁରୁତର ନେବା ସହ ଜଗନ୍ନାଥ ମନ୍ଦିରର ସିସିଟିଭିକୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
The post ବାଲିଗୁଡ଼ା ସହରରେ ଗୋଟିଏ ରାତିରେ ୨ଟି ମନ୍ଦିରରୁ ଚୋରି first appeared on Sambad.
from ଜିଲ୍ଲା – Sambad https://ift.tt/3dSqh0D
0 Comments