
ଗରଦପୁର: ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଞ୍ଚାୟତସ୍ଥିତ ମିନି ଷ୍ଟାଡିୟମ୍ରେ ଆଜି ୨ୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଟକୁରା ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୦୨ ଜଣ କରୋନା ଟିକା ନେଇଥିଲେ। ବ୍ଲକ୍ର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସଭ୍ୟ, ବ୍ଲକ୍ କର୍ମଚାରୀଙ୍କ ସମେତ ତହସିଲ ଓ ପାଟକୁରା ଥାନା କର୍ମଚାରୀଙ୍କୁ ଆଜି ଟିକାକରଣରେ ସାମିଲ କରାଯାଇଥିଲା। ଯୁବ ବିଜେଡି ଜିଲ୍ଲା ସଭାପତି ତଥା ତିକନପୁର ସମିତି ସଭ୍ୟ ରାଜେଶ ଦାସ, ତହସିଲଦାର ଧରଣୀଧର ବେହେରା, ସରପଞ୍ଚ ଗୌରାଙ୍ଗ ଚରଣ ପରିଡ଼ା, ସରପ˚ଚ ପ୍ରକାଶ ଚନ୍ଦ୍ର ସାହୁ, ସରପଞ୍ଚ ଅନୁଜ କୁମାର ମହାନ୍ତି ପ୍ରମୁଖ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିଲେ।
ପରେ ପରେ ସରପଞ୍ଚ ଅରୁଣ କୁମାର ନାୟକ, ସରପଞ୍ଚ ସୂର୍ଯ୍ୟମଣି ସେଠୀ, ସରପଞ୍ଚ ସ୍ବର୍ଣ୍ଣଲତା ରାଉତ, ସରପଞ୍ଚ ମମତା ନାୟକ, ସରପଞ୍ଚ ସ୍ବର୍ଣ୍ଣପ୍ରଭା ନାୟକ, ସରପଞ୍ଚ ଆରତୀ ମଲିକ, ସରପଞ୍ଚ ରୋଜାଲିନ ସେଠୀଙ୍କ ସମେତ ସମସ୍ତ ଜିଆର୍ଏସ, ଜେଇ, ପିଇଓ ପ୍ରମୁଖ ଟିକା ଗ୍ରହଣ କରିଥିଲେ। ସେହିପରି ପାଟକୁରା ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ, ସବ୍-ଇନ୍ସପେକ୍ଟର ଜ୍ୟୋତିର˚ଜନ ମହାନ୍ତି, କୋରୁଆ ଫାଣ୍ଡି ଅଧିକାରୀ ଅଜୟ କୁମାର ସୁନ୍ଦରା, ବ୍ଲକ୍ ଏସ୍ଇଓ ଖଗେଶ୍ବର ସେଠୀ, କ୍ୟାସିଅର ନରୋତ୍ତମ ପରିଡ଼ା, ଜିପିଇଓ ଚୈତନ୍ୟ ବିଶ୍ବାଳଙ୍କ ସମେତ ତହସିଲ କାର୍ଯ୍ୟାଳୟ କର୍ମଚାରୀମାନେ ପହଞ୍ଚି ଟିକା ଗ୍ରହଣ କେନ୍ଦ୍ରରେ କରୋନା ଟିକା ଗ୍ରହଣ କରିଥିଲେ।
The post କରୋନା କାହାଣୀ: ଗାଁଗାଁ ବୁଲି ମସଲା ବିକୁଛନ୍ତି ମାନସ first appeared on Sambad.
from ଜିଲ୍ଲା – Sambad https://ift.tt/39X7gYJ
0 Comments