ଗୋଳନ୍ଥରା : ମେଣ୍ଡରାଜପୁର ବସ୍ ଟ୍ରାଜେଡି ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଓ ଅନେକ ଅକର୍ମଣ୍ୟ ପାଲଟିଯିବା ଘଟଣାକୁ ବର୍ଷେ ପୂରିବାକୁ ଯାଉଛି। ହେଲେ ଦୁଃଖର କଥା ହେଲା, ଆଜି ପର୍ଯ୍ୟନ୍ତ ଅକର୍ମଣ୍ୟଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିପାରୁ ନଥିଲା। ‘ସମ୍ବାଦ’ରେ ସବିଶେଷ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ଦେଖାଇ ୭ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି କ୍ରମରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଡଙ୍କଲପାଡ଼ୁ ଗ୍ରାମକୁ ଯାଇ ଆହତଙ୍କ ପରିବାର ସହ ଆଲୋଚନା କରିଛନ୍ତି। ବିଜେପି ନେତା ଭୃଗୁ ବକ୍ସିପାତ୍ର, ମନୋରଞ୍ଜନ ଦ୍ୟାନସାମନ୍ତରା, ଏନ୍.ଡମ୍ବୁରୁ ରେଡ୍ଡୀ ଓ ପ୍ରିୟରଞ୍ଜନ ବେହେରା ପ୍ରମୁଖ ପହଞ୍ଚି ପରିବାରବର୍ଗ ସହ ଆଲୋଚନା କରିଥିଲେ। ଆହତଙ୍କ ପରିବାର ଜଣେ ସଦସ୍ୟଙ୍କୁ ବିଦ୍ୟୁତ ବିଭାଗ ପକ୍ଷରୁ ଚାକିରି ଦେବା ସହ ତୁରନ୍ତ ପେନସନ୍ ପ୍ରଦାନ ଓ ମୃତକଙ୍କ ପରିବାରକୁ ଘୋଷିତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦାବି କରାଯାଇଥିଲା।

କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିବା ତିନି ମୃତକଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ମୃତ୍ୟୁ ପ୍ରମାଣପତ୍ର ମିଳି ନପାରିବା ଦୁଃଖର ବିଷୟ। ଘଟଣା ଘଟିବାର କିଛି ଦିନ ମଧ୍ୟରେ ମାଳମାଳ ମନ୍ତ୍ରୀ ଏଠାକୁ ଆସିଥିଲେ। ହେଲେ ମୃତକ ଓ ଆହତଙ୍କ ପରିବାରକୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏଦିଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ।

 

The post ବସ୍ ଟ୍ରାଜେଡିକୁ ପୂରିବ ବର୍ଷେ: ଡଙ୍କଲପାଡ଼ୁରେ ବିଜେପି ଟିମ୍, ଆହତଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦିଆଯାଉ first appeared on Sambad.



from ଜିଲ୍ଲା – Sambad https://ift.tt/2LsMeI7