କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା କଳପଡ଼ା ପଞ୍ଚାୟତ ଟୁବିହୁଡ଼ା ଗ୍ରାମରେ ବୁଧବାର ରାତି ପ୍ରାୟ ୮ଟାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସାତ ବର୍ଷର ନାବାଳକର ଗଳା କଟି ଯାଇଥିବା ବେଳେ ତାକୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ବେକ ସମେତ ହାତ ଆଙ୍ଗୁଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତେବେ ତାଙ୍କ ଗଳା କିପରି କଟିଲା ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନି।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ୍‌ ଅଟାବୁଆ ଗ୍ରାମର କୈଳାସ ଦଳେଇଙ୍କ ପୁଅ ପପୁନି ଶୁଦ୍ଧିକ୍ରିୟା ପାଇଁ ଟୁବିଡୁହାସ୍ଥିତ ମାମୁ ଘରକୁ ଯାଇଥିଲା। ଆଜି ରାତିରେ ଅଙ୍ଗନବାଡ଼ି ଘର ପଛପଟୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ଗ୍ରାମବାସୀ ଉଦ୍ଧାର କରି ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାର ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ୧୪ଟି ଷ୍ଟିଚ୍‌ ପଡ଼ିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ଏକ ବ୍ଲେଡ୍‌ ଜବତ କରିଛି। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

The post ନାବାଳକର ଗଳା କଟିଗଲା, ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି first appeared on Sambad.



from ଜିଲ୍ଲା – Sambad https://ift.tt/3tpboIJ