
ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଲିପିଣ୍ଡା-ଅନ୍ଧାରୀ ରାସ୍ତାର ନିର୍ମାଣାଧୀନ କଲଭର୍ଟ ନିକଟରୁ ରବିବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ବିଳମ୍ବିତ ରାତିରେ କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସକାଳେ ସ୍ଥାନୀୟ ଲୋକ ଶବ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।
ମୃତକ ହେଲେ ସ୍ଥାନୀୟ ଅନ୍ଧାରୀ ଗାଁର ଅଚ୍ୟୁତାନନ୍ଦ ବିଶ୍ବାଳ(୫୫)। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଅଚ୍ୟୁତାନନ୍ଦ ରାତିରେ କୁଆଡ଼େ ଯାଇଥିଲେ ସେ ସଂପର୍କରେ କିଛି ସୂଚନା ମିଳିନାହିଁ।
The post ନିର୍ମାଣାଧୀନ କଲଭର୍ଟ ନିକଟରୁ ବୃଦ୍ଧଙ୍କ ଶବ ଉଦ୍ଧାର first appeared on Sambad.
from ଜିଲ୍ଲା – Sambad https://ift.tt/3sAdW5G
0 Comments