ରାଉରକେଲା: ରାଉରକେଲାର ସେକ୍ଟର-୨୦ ବସ୍ତିରେ ପ୍ରାଣାନ୍ତକ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବସ୍ତି ବାସିନ୍ଦା ଥାନାରେ ଶବ ରଖି ଧାରଣରେ ବସିଛନ୍ତିl ଏହାକୁ ନେଇ ଝିରପାଣି ଥାନାରେ ଉତ୍ତେଜନା ପ୍ରକାଶ ପାଇଛିl ଏହି ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରି ଦୁଇ ଦିନ ପୂର୍ବରୁ କୋର୍ଟ ଚାଲାଣ କରିଥିଲା l
ମିଳିଥିବା ସୂଚନା ମୁତାବକ ଗତ ଚାରି ଦିନ ତଳେ ବୈକୁଣ୍ଠ ଘାଟ ବସ୍ତିରେ ଆରଏସି ଜାଗାକୁ କେନ୍ଦ୍ର କରି ମାରପିଟ ହୋଇଥିଲାl କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ବସ୍ତି ଜଣେ ଯୁବକ ଗୁରୁତର ହୋଇଥିଲେ l ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା l ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ନିଆଯାଇଥିଲାl ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ପରିବାର ଲୋକ ଯୁବକଙ୍କ ଶବକୁ କଟକରୁ ସିଧାସଳଖ ଝିରପାଣି ଥାନାକୁ ଆଣି ନେଇଆସିଥିଲେ l

The post ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ଝିରପାଣି ଥାନାରେ ଉତ୍ତେଜନା first appeared on Sambad.



from ଜିଲ୍ଲା – Sambad https://ift.tt/3q2h48o