
ପୁରୀ : ଶ୍ରୀମନ୍ଦିରର ବିକାଶ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଶ୍ରୀମନ୍ଦିର ବିକାଶ ନାଁ’ରେ ମଠ, ମନ୍ଦିରକୁ ଧ୍ବଂସ କରିଦେବା ଆଦୌ ଗ୍ରହଣୀୟ ନୁହେଁ। ଏହା ଶ୍ରୀଜଗନ୍ନାଥ ସଂସ୍କୃତିକୁ ଧ୍ବଂସ କରିଦେବାକୁ ବସିଲାଣି। ଯାହା ବି ବିକାଶ କାର୍ଯ୍ୟ ହେଉଛି, ଏନ୍ଏମ୍ଏ, ଏଏସ୍ଆଇର ନିୟମ ଅନୁପାଳନ ପୂର୍ବକ ହେଉ। ଐତିହ୍ୟ ଉପରେ ଆଦୌ ଜ୍ଞାନ ନଥିବା ସ୍ଥପତି ସଂସ୍ଥା ‘ଭୂମିପୁତ୍ର’କୁ ଶ୍ରୀମନ୍ଦିର ହେରିଟେଜ୍ କରିଡର ଦାୟିତ୍ବ ନ୍ୟସ୍ତ କରାଯିବା ଦୁର୍ଭାଗ୍ୟଜନକ ବୋଲି ଆଜି ପୁରୀରେ ଗଣମାଧ୍ୟମକୁ କହିଛନ୍ତି ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ସହ ଏନ୍ଏମ୍ଏ ଓ ଏଏସ୍ଆଇର ଅନୁମତି ନିଆଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ।
ସେ କହିଛନ୍ତି, ଆଜି ଐତିହ୍ୟ ବିକାଶ ନାଁ’ରେ ଐତିହ୍ୟକୁ ଭାଙ୍ଗି ଦିଆଗଲା। ଏପରି କରି ବାରମ୍ବାର ପରମ୍ପରା, ସଂସ୍କୃତି ଉପରେ ଆକ୍ରମଣ କରା ନଯାଉ। ସବୁ କାର୍ଯ୍ୟ ବିନା ଅନୁମତିରେ ହୋଇଥିବାରୁ ରାଜ୍ୟ ସରକାର ଏହାର ଜବାବ ଜନସାଧାରଣଙ୍କ ଆଗରେ ରଖନ୍ତୁ ବୋଲି ସେ କହିଛନ୍ତି। ଏନ୍ଏମ୍ଏ, ଏଏସ୍ଆଇଙ୍କୁ ନେଇ କାମ ହେଉ। ସ୍ଥପତି ସଂସ୍ଥା ‘ଭୂମିପୁତ୍ର’କୁ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ଦିଆଯାଇଛି। କିନ୍ତୁ ଏହି ସଂସ୍ଥା ଆଗରୁ କେବେ ବି ହେରିଟେଜ୍ ଉପରେ କାମ କରିନି। ତେବେ କିଏ ସଂପୃକ୍ତ ସଂସ୍ଥାକୁ ଚୟନ କଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବିନା ଟେଣ୍ଡରରେ ଏହି ସଂସ୍ଥାକୁ କିଭଳି ଏତେ ବଡ଼ କାମ ସମର୍ପି ଦିଆଗଲା ବୋଲି ସେ ଜବାବ ମାଗିଛନ୍ତି।
The post ଆଇନ ପରିସରରେ ହେଉ ଶ୍ରୀମନ୍ଦିର ବିକାଶ: ଅପରାଜିତା first appeared on Sambad.
from ଜିଲ୍ଲା – Sambad https://ift.tt/3uy7qOB
0 Comments