ପୁରୀ: ଶ୍ରୀମନ୍ଦିରରେ ଅନେକ ଜାଗା ଭାଙ୍ଗି ଗଲାଣି। ଅନେକ ମନ୍ଦିର ଫାଟି ପାଣି ଗଳିଲାଣି। କେଉଁଠି ବିଜୁଳି ଠିକ୍‌ରେ କାମ କରୁନି ତ’ କେଉଁଠି ପାଣି ଆସୁନି। ଏହା ଦ୍ବାରା ଭକ୍ତମାନେ ସମସ୍ୟାରେ ପଡ଼ୁଛନ୍ତି । କୋଇଲି ବୈକୁଣ୍ଠ ଅବସ୍ଥା ବି ନ କହିବା ଭଲ। ଏଭଳି ଅବ୍ୟବସ୍ଥା ଦେଖାଦେବା ପରେ ଏହାର ଆବଶ୍ୟକ ମରାମତି କଥା ଚିନ୍ତା କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ୧୦ ଜଣିଆ କମିଟି ଗଠନ କରାଯାଇଛି। ଆସନ୍ତାକାଲି ଏହା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକଡକାଯାଇଛି। ଏହି ବୈଠକକୁ ନିୟମିତ ବ୍ୟବଧାନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ଜରିଆରେ ବହୁଦିନରୁ କରଛଡ଼ା ଦେଇ ରହୁଥିବା ବିଭିନ୍ନ ବିଭାଗକୁ ଏକାଠି କରି ସମନ୍ବୟଭିତ୍ତିରେ ଆବଶ୍ୟକ ମରାମତି ଓ ଅନ୍ୟାନ୍ୟ କାମ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି।

ଏହି କମିଟିରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ସମେତ ଇଡ୍‌କୋ, ପୌରସଂସ୍ଥାର ଅଧିକାରୀମାନେ ରହିଛନ୍ତି। ଯନ୍ତ୍ରୀ ଓ ଅନ୍ୟମାନେ ବି ଏହି କମିଟିରେ ରହିଛନ୍ତି। ଏହି କମିଟି ଶ୍ରୀମନ୍ଦିରରେ କ’ଣ ସବୁ ମରାମତି ଆବଶ୍ୟକ, କେଉଁ କାମ ହେବା ଦରକାର, କେଉଁଠି ଆବଶ୍ୟକ ନୁହେଁ, ତା’ର ସବିଶେଷ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।

The post ଆରମ୍ଭ ହେବ ଶ୍ରୀମନ୍ଦିର ମରାମତି କାମ, ଗଠନ ହେଲା ୧୦ଜଣିଆ କମିଟି first appeared on Sambad.



from ଜିଲ୍ଲା – Sambad https://ift.tt/3aLcdEg