
ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସଦର ମହାକୁମା ନିକଟସ୍ଥ ଚମ୍ପାବନରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାପଡ଼ାହାଣ୍ଡି ଗ୍ରାମ ଦଶରଥ ଜାନୀଙ୍କ ପୁଅ ଶିବ ଜାନୀ (୨୧) ଚମ୍ପାବନରୁ ଜଳନ୍ତା ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ ଗତ ତିନି ମାସ ଧରି ଯୁବକ ଜଣଙ୍କ ଉମରକୋଟ ରେ ତାଙ୍କ ସ୍ତ୍ରୀ ଏବଂ ଛୁଆ ସହ ରହିଆସୁଥିଲେ। ଗତକାଲି ସେ ପାପଡ଼ାହାଣ୍ଡିକୁ ଆସିଥିଲେ। ଘରୋଇ କଳହ ନେଇ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ପାଖରେ ଥିବା ଚମ୍ପାବନ ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ସକାଳ ପ୍ରାୟ ୭ଟା ସମୟରେ କିଛି ଯୁବକ ଶୌଚ କରିବାକୁ ଯାଇଥିବା ସମୟରେ ଝୁଲନ୍ତା ଅବସ୍ଥାରେ ଶିବ ଜାନୀଙ୍କୁ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ଶିବଙ୍କ ବାପା ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପାପଡ଼ାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଉଦ୍ଧାର କରି ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶୁଭେନ୍ଦୁ ଶବର। ସବ ଇନ୍ସପେକ୍ଟର ପୂର୍ଣ୍ଣିମା ଟେଟେ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି।
The post ଚମ୍ପାବନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପାରିବାରିକ କଳହରୁ ଆତ୍ମହତ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/3oU1uLQ
0 Comments