ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ମାଈ ହାତୀର ମୃତ୍ୟୁ ଘଟିଛି। ତେବେ, ଏହି ମୃତ୍ୟୁ ପଛରେ ସାହାଣା ରୋଗ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟର ତେନ୍ତୁଳି ପଦରରେ ଗୋଟିଏ ହାତୀ ଓ ଘୁଷୁରୀଗୁଡ଼ି ନାଳା ନିକଟରେ ଅନ୍ୟ ୫ଟି ହାତୀର ମୃତ୍ୟୁ ଘଟିଛି। ଗତ ୨ସପ୍ତାହ ମଧ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ସୋମବାର ଭୁବନେଶ୍ୱରରୁ  ପ୍ରାଣୀ ବିଭାଗର ଅତିରିକ୍ତ ନିର୍ଦେଶକ ଡ଼. ପ୍ରତାପ ଚନ୍ଦ୍ର ଖମାରୀ, ରୋଗ ନିରୀକ୍ଷଣ ଯୁଗ୍ମ ନିର୍ଦେଶକ ଶଶାଙ୍କ ସାମନ୍ତରାୟ, ଗବେଷକ ବୈଜ୍ଞାନିକ ଡ଼ ଗୋପାଳ ବଳ, ଡ. ମିହିର ନାୟକ ସମେତ ୪ ଜଣିଆ ଟିମ୍‌ ହାତୀ ମଡ଼କ ହୋଇଥିବା ଘୁଷୁରିଗୁଡ଼ି ଓ ତେନ୍ତୁଲିପଦର ଅଞ୍ଚଳ ଗସ୍ତ କରିଥିଲେ। ସେଠାରୁ ବିଭିନ୍ନ ନମୁନା ସଂଗ୍ରହ କରି ଆଣିଛନ୍ତି। ହାତୀ ଗୁଡ଼ିକ ସାହାଣା ରୋଗରେ ମୃତ୍ୟୁ ଘଟିଛି ବୋଲି ବିଶେଷଜ୍ଞ କମିଟି କହିଛନ୍ତି। ମାଈ ହାତୀ ମାନେ ଗୋଟିଏ ସ୍ଥାନରେ ରୁହନ୍ତି, ତେଣୁ ଭୂତାଣୁ ସଂକ୍ରମଣ ହୋଇଥିବା ଆଶଙ୍କା ପ୍ରକାଶ କରିଛନ୍ତି। ୨୦୧୯ ମସିହାରେ କର୍ଣ୍ଣାଟକରେ ସାହାଣା ରୋଗରେ ହାତୀମାନଙ୍କ ମୃତ୍ୟୁ ହୋଇଥିଲା। ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ରୋଗରେ ହାତୀ ମୃତ୍ୟୁ ଘଟିଛି ବୋଲି ଟିମ୍‌ ସୂତ୍ରରୁ ସୂଚନା ମିଳିଛି।

The post ହାତୀ ମୃତ୍ୟୁ ପଛରେ ସାହାଣା ରୋଗ first appeared on Sambad.



from ଜିଲ୍ଲା – Sambad https://ift.tt/3qqDSQe