
କେନ୍ଦ୍ରାପଡ଼ା: ଚାଟାର୍ଡ ଆକାଉଣ୍ଟାଣ୍ଟ୍(ସିଏ) ଫାଉଣ୍ତେସନ୍ ଏଣ୍ଟ୍ରାନ୍ସ ପରୀକ୍ଷାରେ ରାଜ୍ୟସ୍ତରରେ ଟପର୍ ହୋଇଛନ୍ତି କେନ୍ଦ୍ରାପଡ଼ା ମାଟିର ପୁଅ ସୁନିଲ ପଣ୍ତା। ପଟ୍ଟାମୁଣ୍ତାଇ ବ୍ଲକ୍ କୁନ୍ଦୁପୁର ଗ୍ରାମର ସୁକାନ୍ତ ପଣ୍ତାଙ୍କ ପୁଅ ସୁନିଲ୍ ଜଣେ ମେଧାବୀ ଛାତ୍ର। ଯୁକ୍ତ ଦୁଇ ବାଣିଜ୍ୟରେ ସେ ଜିଲ୍ଲା ଟପର୍ ହେବା ସହିତ ରାଜ୍ୟସ୍ତରରେ ପ˚ଚମ ସ୍ଥାନ ଅଧିକାର କରିଥିଲେ। ଏବେ ସି.ଏ. ଫାଉଣ୍ତେସନ୍ ଏଣ୍ଟ୍ରାନ୍ସ ପରୀକ୍ଷାରେ ସମସ୍ତଙ୍କୁ ପଛରେ ପକାଇ ସେ କେବଳ ରାଜ୍ୟରେ ପ୍ରଥମ ହୋଇଛନ୍ତି ତା’ ନୁହେଁ; ୮୧ପ୍ରତିଶତ ନମ୍ବର ରଖି ସର୍ବଭାରତୀୟସ୍ତରରେ ଡିଷ୍ଟି˚ସନ୍ ବି ପାଇଛନ୍ତି। ତାଙ୍କ ସହିତ ଜିଲ୍ଲାର ଆହୁରି ୧୧ଜଣ ପିଲା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଘଟଣା ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି।
ରାଜ୍ୟ ଟପର୍ ସୁନିଲ ପିଲାଟି ବେଳୁ ମେଧାବୀ। ବାପା ଜଣେ ଚାଷୀ ହୋଇଥିବାବେଳେ ମା’ ବିଦୁଲତା ପଣ୍ତା ଗୃହିଣୀ। ଚାଷରୁ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳେ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲେ ବି ଏହା ସୁନିଲଙ୍କ ପାଠପଢ଼ାରେ କେବେ ବାଧା ସୃଷ୍ଟି କରିପାରି ନାହିଁ। ପଟ୍ଟାମୁଣ୍ତାଇ ମଦନପୁର ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷାରେ ୫୨୪ନମ୍ବର ରଖି ପାସ୍ କରିବା ପରେ ବିଭିନ୍ନ ଲୋକଙ୍କ ସହଯୋଗ କ୍ରମେ ସେ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ବି ବେଶ୍ ଭଲ କରିଥିଲେ। ଜିଲ୍ଲା ଟପର୍ ହେବା ସହିତ ରାଜ୍ୟରେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ତିନିମୁହାଣୀସ୍ଥିତ ଆଇଏପି ବାଣିଜ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ସୁନିଲ ଏବେ ୮୧ପ୍ରତିଶତ ନମ୍ବର ରଖି ସିଏ ଫାଉଣ୍ତେସନ୍ ଏଣ୍ଟ୍ରାନ୍ସ ପରୀକ୍ଷାରେ ରାଜ୍ୟ ଟପର୍ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ଆଇଏପିର ପ୍ରତିଷ୍ଠାତା ଶ୍ରୀକାନ୍ତ କୁମାର ରାଉତ ସୁନିଲଙ୍କ ଏପରି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
The post ପୁଣି ଚମକିଲେ କେନ୍ଦ୍ରାପଡ଼ା ପୁଅ; ସିଏ ପରୀକ୍ଷାରେ ସୁନିଲ ରାଜ୍ୟ ଟପର୍ first appeared on Sambad.
from ଜିଲ୍ଲା – Sambad https://ift.tt/2LCoKjR
0 Comments