ପଟାଙ୍ଗି : ଆନ୍ଧ୍ର କରିଥିବା ଷଡ଼୍‌ଯନ୍ତ୍ରର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। କେବଳ କୋଟିଆ ନୁହଁ, ଓଡ଼ିଶାର ଅନ୍ୟ ସୀମାନ୍ତ ଗାଁର ଲୋକ ବି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ମତଦାନ କରିଛନ୍ତି। ଧୀରେଧୀରେ ଲୋକେ ଏ ନେଇ ମୁହଁ ଖୋଲୁଥିବାବେଳେ ଆନ୍ଧ୍ରର ଚକ୍ରାନ୍ତ ପଦାରେ ପଡ଼ିଛି।

ପଞ୍ଚାୟତ ନିର୍ବାଚନ ନିମନ୍ତେ ଆନ୍ଧ୍ର ନିର୍ବାଚନ କମିସନ ପ୍ରକାଶ କରିଥିବା ବିଜ୍ଞପ୍ତିରେ କେବଳ କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟାଙ୍ଗି ବ୍ଲକର ତିନୋଟି ଗାଁର ପରିବର୍ତ୍ତିତ ନାଁ ଉଲ୍ଲେଖ ଥିଲା। ତେଣୁ ତଳଗଞ୍ଜେଇପଦର, ଫାଟୁସିନେରୀ ଏବଂ ଫଗୁଣସିନେରୀ ଚର୍ଚ୍ଚାକୁ ଆସିଥିଲା। ତେବେ, ଏହି ତାଲିକାରେ ଆହୁରି କେତେକ ସୀମାନ୍ତ ଗଁା ଯୋଡ଼ି ହୋଇଯାଇଛି। ସୂଚନା ଅନୁସାରେ, ଆଜି ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ର, ତଳଗଲୁର ପଞ୍ଚାୟତର ବାଙ୍ଗାରଗୁଡ଼ି, ସିଙ୍ଗାରଗୁଡ଼ି, ପେଟୁରୁ ପଞ୍ଚାୟତର ବାନ୍ଧାଗୁଡ଼ା, ଇତାବାଲ୍‌ସା, ଅମ୍ପାବାଲି ପଞ୍ଚାୟତର ସାପ୍ରାଇଗୁଡ଼ା ଗ୍ରାମବାସୀ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ମତଦାନ କରିଥିବା ପ୍ରକାଶ କରିଛନ୍ତି। ଗତ ୧୩ତାରିଖ ଦିନ ଆନ୍ଧ୍ର ସରକାରଙ୍କ ବ୍ୟବସ୍ଥାରେ ଗ୍ରାମବାସୀ ଭୋଟ ଦେବାକୁ ଯାଇଥିଲେ ବୋଲି କହିଛନ୍ତି। ଏକାଧିକ ଗାଁର ଶହ ଶହ ଲୋକ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ଚିନ୍ତାଜନକ ବିଷୟ ବୋଲି ମତପ୍ରକାଶ ପାଇଛି। ଏହାର ତଦନ୍ତ କରିବାକୁ ବି ବିଭିନ୍ନ ମହଲରେ ଦାବି ହୋଇଛି।

The post ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ : ବହୁ ସୀମାନ୍ତ ଗ୍ରାମବାସୀ ଦେଇଛନ୍ତି ଭୋଟ first appeared on Sambad.



from ଜିଲ୍ଲା – Sambad https://ift.tt/3k9L8Oo