ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଡଙ୍ଗନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏଠାରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଡଙ୍ଗନାଥ ଠାକୁର ଆଜି ନିଜେ ନିଆଁରେ ଜଳିଯାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ ଟା ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏକ ବଡ଼ ଧରଣର ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ଜଗନ୍ନାଥଙ୍କ ନାଁ ରେ ପୂଜାପାଉଥିବା ଡଙ୍ଗନାଥ ଠାକୁର ଆଜି ନିଜେ ନିଆଁ ରେ ଜଳିଯାଇଥିବା ଦେଖିବାକୁ ମିଳିଛି।

ଏହି ଅଘଟଣ ସକାଳ ୬ ଟାରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅତି ଅନ୍ୟାୟ ଯୋଗୁ ଠାକୁରଙ୍କ ଦେହରେ ଆପେ ଆପେ ନିଆଁ ଲାଗିଥିବା ନେଇ ଆଲୋଚନା ହେଉଛି।
The post ଓଡ଼ଗାଁ ବ୍ଲକ କୋମଣ୍ଡ ଶ୍ରୀଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ first appeared on Sambad.
from ଜିଲ୍ଲା – Sambad https://ift.tt/3tGHAaJ
0 Comments