
ଆନନ୍ଦପୁର : ରାଜ୍ୟରେ ୨୧ବର୍ଷ ହେଲା ବିଜେଡି ଓ କେନ୍ଦ୍ରରେ ୬ ବର୍ଷ ହେଲା ବିଜେପି ଶାସନ କରୁଛି। ହେଲେ ଗରିବ ଓ ସାଧାରଣ ଲୋକଙ୍କ ଉନ୍ନତି ହେଉନାହିଁ। ସାଧାରଣ ଲୋକ, ଗରିବ, ଖଟିଖିଆ, ଚାଷୀମାନେ ରୋଜଗାର ପାଉ ନ ଥିବାବେଳେ ପୁଞ୍ଜିପତି ମାଲାମାଲ ହେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ଷମତା ଲୋଭରେ ପୁଞ୍ଜିପତିଙ୍କ ସ୍ବାର୍ଥପାଇଁ କାମ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ଘସିପୁରାରେ ବ୍ଲକ୍ କଂଗ୍ରେସର କାର୍ଯ୍ୟାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ଫିତା କାଟି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଯୋଗଦେଇଥିଲେ।
The post ଘସିପୁରାରେ କଂଗ୍ରେସ କାର୍ଯ୍ୟାଳୟ ଉଦ୍ଘାଟିତ first appeared on Sambad.
from ଜିଲ୍ଲା – Sambad https://ift.tt/37lHqvM
0 Comments