କୁଲଡିହାରେ ପୁଣି ହାତୀଛୁଆ ମୃତ

ନୀଳଗିରି : ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ହୋଇଛି। ତେବେ କେଉଁ ପରିସ୍ଥିତିରେ ହାତୀ ଶାବକର ମୃତ୍ୟୁ ଘଟିଲା, ସେ ସଂପର୍କରେ ବନ ବିଭାଗ କିଛି ସ୍ପଷ୍ଟ କରିନାହିଁ। ସୋମବାର ସକା‌େଳ ଫରେଷ୍ଟର ଉମାକାନ୍ତ ଜେନା ଓ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ କୁଲଡିହା ଅଭୟାରଣ୍ୟର ଜଡ଼ାଚୁଆବିଟ୍‌ ହାଉସ୍‌ ଅଧୀନ ରିଷିଆ ଡ୍ୟାମ୍‌ରେ ଦେଢବର୍ଷର ଏକ ହାତୀଛୁଆ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ କୁଲଡିହା ରେଞ୍ଜର ଶ୍ରୀ ମହାପାତ୍ର, ନୀଳଗିରି ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। ତେବେ ହାତୀଛୁଆର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

The post କୁଲଡିହାରେ ପୁଣି ହାତୀଛୁଆ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/2ZG0WPo

Post a Comment

0 Comments