
ଧାମରା : ଉତ୍ତରାଖଣ୍ତ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ବା˚ଶଡା ଥାନା ଯଶିପୁର ପଞ୍ଚାୟତ କୁଦରକାନ୍ଥି ଗ୍ରାମର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ (୨୫)।
ଉତ୍ତରାଖଣ୍ତ ଋଷିଗଙ୍ଗା ପାୱାର ପ୍ରକଳ୍ପ ଅନ୍ତର୍ଗତ ତପୋବନରେଣୀ ବ୍ୟାରେଜ୍ରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖଠାରୁ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ରବିବାର ସଂଘଟିତ ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ହୋଇଯାଇଥିବାବେଳେ ନାଗାର୍ଜୁନ ମଧୢ ଭାସି ଯାଇଥିବା ଅନୁମାନ କରାଯାଉଛି। ନାଗାର୍ଜୁନଙ୍କ ପତ୍ନୀ ଲିପୁସ୍ମିତା ଫୋନ୍ ଯୋଗେ ସ୍ବାମୀଙ୍କ ସହ ଯୋଗାଯୋଗ କରି ନିରାଶ ହେବାପରେ ତପୋବନରେଣୀ ବ୍ୟାରେଜ୍ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ। ନନ୍ଦାଦେବୀରେ ହିମଖଣ୍ତ ସ୍ଖଳନ ଯୋଗୁ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବାବେଳେ ନାଗାର୍ଜୁନଙ୍କର ମଧ୍ୟ କୌଣସି ପତ୍ତା ମିଳୁନଥିବା ଅଧିକାରୀ ଜଣକ କହିଛନ୍ତି।
ପ୍ରକାଶଥାଉକି, ଗାଁରେ ନାଗାର୍ଜୁନଙ୍କର ପତ୍ନୀ, ୨ ମାସର ଶିଶୁପୁତ୍ର ସହ ବାପା, ମା’ ରହିଛନ୍ତି। ନାଗାର୍ଜୁନଙ୍କ ଫେରିବା ବାଟକୁ ପରିବାର, ସାଙ୍ଗସାଥୀ, ଆତ୍ମୀୟସ୍ବଜନ ଅପେକ୍ଷା କରିଛନ୍ତି।
The post ଉତ୍ତରାଖଣ୍ତ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ first appeared on Sambad.
from ଜିଲ୍ଲା – Sambad https://ift.tt/3pXeqlj
0 Comments