କଟକ: କଟକର ଓଡ଼ିଆ ପୁଅ ସାରା˚ଶ ଦାସ ବିଶ୍ବସ୍ତରରେ ନିଜର ଯାଦୁ ଖେଳ ଦେଖାଇ ଉଚ୍ଚ ପ୍ରଶ˚ସିତ ହୋଇଛନ୍ତି। ଏବେ ଦେଶବିଦେଶରୁ ତାଙ୍କ ନିକଟକୁ ପ୍ରଶ˚ସାର ସୁଅ ଛୁଟିଛି। କଟକ ଏଲ ଆର ଡିଏଭି ସ୍କୁଲରୁ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହେବା ପରେ ପଞ୍ଜାବର ଏଲ ପି ୟୁ ବିଶ୍ବବିଦ୍ୟାଳୟରେ ବିଟେକ୍‌ର ଦ୍ବିତୀୟ ବର୍ଷର ଛାତ୍ର ଭାବେ ସେ ଅଧ୍ୟୟନରତ। ନିଜର ସଉକ ଭାବେ ମ୍ୟାଜିକକୁ ଗ୍ରହଣ କରି ଦେଶ ବିଦେଶରେ ବେଶ ଆଦୃତ ହୋଇପାରିଛନ୍ତି।

କୋଭିଡ ସମୟରେ ଜୀବନଯାତ୍ରା ଠପ୍‌ ହୋଇଯାଇଥିବା ବେଳେ ସେ ୧୦ଟି ଦେଶର ୨୦ ଜଣ ଯଶସ୍ବୀ ଯାଦୁଗରଙ୍କୁ ନେଇ ଏକ ମ୍ୟାଜିକ୍‌ ସୋ କରିଥିଲେ। ଆଜି ଅପରାହ୍ନରେ ଇନଷ୍ଟାଗ୍ରାମ ଲାଇଭରେ ଏ ପି ୟୁ ୟୁନିଭରସିଟି ପେଜରେ ଆମେରିକାର ପ୍ରଖ୍ୟାତ ଯାଦୁଗର ଷ୍ଟାଇଲର‌୍‌ ସରଭିନ୍‌ଙ୍କ ସହ ଏକତ୍ର ସୋ କରି ସେ ପ୍ରଶ˚ସିତ ହୋଇଛନ୍ତି। ସାରାଂଶ ହେଉଛନ୍ତି କିଶନନଗର ଓଡ଼ପଡ଼ାର ମୂଳ ବାସିନ୍ଦା ବରିଷ୍ଠ କଂଗ୍ରେସ ନେତା ବିଶ୍ବଜିତ ଦାସ ଓ ମମତା ସାମନ୍ତରାୟଙ୍କ ଏକମାତ୍ର ପୁଅ।

The post କଟକର ସାରା˚ଶଙ୍କ ଯାଦୁଗରି କମାଲ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/3azDS9V