ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅଞ୍ଚଳରେ ବଣଭୋଜି କରିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହ ଦୁଇ ଯୁବକ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ କୋଟଗଡ଼ ଥାନା ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କୋଟଗଡ଼ ଥାନା ଅଞ୍ଚଳର ୨ଯୁବକ ଓ ୩ଜଣ ଯୁବତୀ ବଣଭୋଜି କରିବାକୁ ଯାଇଥିଲେ। ସେଠାରେ ସମସ୍ତେ ସଲପ ରସ(ମଦ) ପିଇଥିଲେ। ନିଶାସକ୍ତ ହେବା ପରେ ବି ଦୁଇ ଯୁବତୀ ଘରକୁ ଫେରିଥିଲେ ହେଲେ ବେଳେ ଜଣେ ଯୁବତୀ ସେଠାରେ ରହିଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ନିଶାସକ୍ତ ଯୁବକ ଉକ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପରେ ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଦୁଇ ଅଭିଯୁକ୍ତ ଓସେଫ ବଡ଼ମାଝି ଓ ନୀଳାମ୍ବର ବଡ଼ମାଝିଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଥିବା ଜଣାଯାଇଛି।
The post ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କ ସହ ଦୁଇ ଯୁବକଙ୍କ ଗଣଦୁଷ୍କର୍ମ : ୨ ଅଭିଯୁକ୍ତ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3aKRQpw
0 Comments