
ବସ୍ତା୨ : ବାଲେଶ୍ବର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଦ୍ରୁତଗତିରେ ଓଭରଟେକ କରି ଗାଡ଼ି ସହ ଥାନାରେ ୨ ପରିବାର ଅଟକ ରହିଥିଲେ। ତେବେ, ଗତକାଲି ଏହି ଘଟଣା ଘଟିଥିବାବେଳେ ଆଜି ଏହାକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳିଛି।
ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏକ ସମୀକ୍ଷା ବୈଠକରେ ଯୋଗଦେବାକୁ ବାଲେଶ୍ବରରୁ ବସ୍ତା ବ୍ଳକ୍ ଅଭିମୁଖେ ଯାଉଥିଲେ। ଜାତୀୟ ରାଜପଥର ରୁପସା ଚୁଡ଼ାଖିଆ ପୋଲ ନିକଟରେ ମନ୍ତ୍ରୀଙ୍କ ଗାଡ଼ିକୁ ପଛରୁ ଦ୍ରୁତଗତିରେ ୨ଟି ଗାଡ଼ି ଓଭରଟେକ କରିଥିଲେ। ଫଳରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଚାଳକ ଏଥିରେ ହଡ଼ବଡ଼େଇ ଯାଇଥିଲେ। ମନ୍ତ୍ରୀ ଏନେଇ ଗାଡ଼ି ଦୁଇଟିକୁ ଅଟକାଇବାକୁ ତାଙ୍କ ପାଇଲଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସକର୍ଟ ଗାଡ଼ି ଓ ବସ୍ତା ପୁଲିସ ଉଭୟ ଗାଡ଼ିକୁ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରୁ ଧରି ବସ୍ତା ଥାନାକୁ ଆଣିଥିଲେ। ପରେ ଏଭଳି ଦ୍ରୁତଗତିରେ ଗାଡ଼ି ଚଳାଇବେ ନାହିଁ ବୋଲି ଅଣ୍ଡରଟେକିଂ ଦେବା ପରେ କାର ଦୁଇଟିକୁ ଛାଡ଼ି ଦିଆଯାଇଥିବା କହିଛନ୍ତି ବସ୍ତା ଥାନା ଅଧିକାରୀ ଅଶୋକ ନାୟକ। ଉଭୟ ଗାଡ଼ି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।
The post କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ୍ କରି ୨କାର୍ ଅଟକ first appeared on Sambad.
from ଜିଲ୍ଲା – Sambad https://ift.tt/3ufPQih
0 Comments