
ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲାର ଶୁଣାଣି ଆଜି ହୋଇଛି। ଏହି ମାମଲାର ଅଭିଯୁକ୍ତ ନାବାଳକର ଲେୟର୍ଡ ଭଏସ୍ ଆନାଲିସିସ୍ (ଏଲ୍ଭିଏ) ଟେଷ୍ଟ ନିମନ୍ତେ ଏସ୍ଆଇଟି ଆବେଦନ କରିଥିଲା। ନୟାଗଡ଼ ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଅଭିଯୁକ୍ତ ଓ ଏସ୍ଆଇଟିର ଓକିଲଙ୍କୁ ଯୁକ୍ତି ଶୁଣିଥିଲେ। ଏନେଇ କୋର୍ଟ ରାୟ ସଂରକ୍ଷିତ ରଖିଥିବାବେଳେ ଅଭିଯୁକ୍ତର ଏଲ୍ଭିଏ ଟେଷ୍ଟ କରାଯିବ କି ନାହିଁ, ସେ ସମ୍ପର୍କରେ ଆସନ୍ତା ୧୯ ତାରିଖରେ ରାୟ ପ୍ରକାଶ କରିବେ ବୋଲି ସରକାରୀ ଓକିଲ ଅନୱର ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଏହା ପୂର୍ବରୁ ଅଭିଯୁକ୍ତ ନାବାଳକ ବ୍ରେନ୍ ମ୍ୟାପିଂ, ନାର୍କୋ ଆନାଲିସିସ୍ ଟେଷ୍ଟ ନିମନ୍ତେ ସହମତି ଦେଇନଥିଲା। ଫଳରେ କୋର୍ଟ ଏହି ଟେଷ୍ଟ ନିମନ୍ତେ ଏସ୍ଆଇଟିକୁ ବାରଣ କରିଥିଲେ।
The post ପରୀ ହତ୍ୟା ମାମଲା : ୧୯ରେ ଏଲ୍ଭିଏ ଟେଷ୍ଟ ନେଇ ରାୟ first appeared on Sambad.
from ଜିଲ୍ଲା – Sambad https://ift.tt/3qgvMKd
0 Comments