ସିନାପାଲି/କଣ୍ଟାବାଞ୍ଜି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ନିବାସୀ ସୁଲୋଚନା ମେହେର ତାଙ୍କ ନବଜାତ ଶିଶୁପୁତ୍ରକୁ ତାଙ୍କ ସ୍ବାମୀ ବିକ୍ରି କରି ଦେଇଥିବା ଅଭିଯୋଗ କରି ପୁଲିସ ଓ ମହିଳା କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଦୁଇ ବର୍ଷ ହେଲାଣି ସେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ଦେବାରେ ଅହେତୁକ ବିଳମ୍ବ ଓ ଅବହେଳା କରାଯାଉଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହ ଏଥର ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ସୁଲୋଚନାଙ୍କ ଅଭିଯୋଗକୁ ସିଧାସଳଖ ଅସ୍ବୀକାର କରିଛନ୍ତି ଅଭିଯୁକ୍ତ ଚନ୍ଦ୍ରଧ୍ୱଜ ମେହେର। ସୁଲୋଚନାଙ୍କ ସହ ତାଙ୍କର ସ୍ବାମୀ ସ୍ତ୍ରୀ ସଂପର୍କ ନଥିଲା ବୋଲି କହିବା ସହ ସେମାନଙ୍କର କୌଣସି ପିଲା ଥିବା କଥାକୁ ମଧ୍ୟ ଅସ୍ବୀକାର କରିଛନ୍ତି। ଅନ୍ୟପଟରେ ଜନ୍ମକଲା ମା’ର ପିଲା ବିକ୍ରି ଅଭିଯୋଗ ଓ ଅଭିଯୁକ୍ତ ପିତାର ପିଲା ନ ଥିବା ବକ୍ତବ୍ୟ ସମଗ୍ର ଘଟଣାକୁ ରହସ୍ୟ ଭିତରକୁ ଟାଣି ନେଇଛି।

The post ସିନାପାଲି ଶିଶୁ ବିକ୍ରି ଅଭିଯୋଗ first appeared on Sambad.



from ଜିଲ୍ଲା – Sambad https://ift.tt/2Pl3MHH