ନୂଆଦିଲ୍ଲୀ: ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ ନିମନ୍ତେ ଓଡ଼ିଶା ସରକାର ଦେଇଥିବା ତଥ୍ୟାବଳୀ ସଂକ୍ରାନ୍ତରେ ପ୍ରାକ୍‌-ବ୍ୟବହାରିକ ଅନୁଧ୍ୟାନ କରାଯିବ ବୋଲି ଆଜି ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ହରଦୀପ ସିଂହ ପୁରୀ କହିଛନ୍ତି।

ପ୍ରତିବର୍ଷ ବିଦେଶରୁ ବିପୁଳସଂଖ୍ୟକ ଯାତ୍ରୀ ଆସୁଥିବାରୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ କରିବା ନିମନ୍ତେ ଓଡ଼ିଶା ସରକାର କରିଥିବା ଦାବି କଥା ସରକାର ବିଚାର କରିବେ କି, ନାହିଁ ବୋଲି ଶ୍ରୀ ସୁଜିତ କୁମାରଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏ କଥା କହିଛନ୍ତି।

Image Courtesy of Republic World

ସେ କହିଛନ୍ତି, ପୁରୀ ସହରକୁ ଲାଗି ଖଣ୍ଡେ ଜମି ଚିହ୍ନଟ କରିବା ସହ ସେଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ କରିବା ଲାଗି ୨୦୨୧ ଜାନୁଆରିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ତଦନୁଯାୟୀ, ୨୦୨୧ ଜାନୁଆରି ୧୨ ତାରିଖରେ ବେସାମରିକ ବିମାନ ଚଳାଚଳ ସଚିବ ଓଡ଼ିଶା ରାଜ୍ୟସରକାରଙ୍କ ଅଧିକାରୀ, ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ଏବଂ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଆଭିଏସନ୍‌ଙ୍କ ମଧ୍ୟରେ ଏକ ବୈଠକ ବସିଥିଲା।

Image Courtesy of Dailyhunt

ରାଜ୍ୟ ସରକାରଙ୍କ ଯୋଗାଇ ଦେଇଥିବା ତଥ୍ୟାବଳୀ ଆଧାରରେ ଉପରୋକ୍ତ ସ୍ଥାନର ପ୍ରାକ୍‌-ବ୍ୟବହାରିକ ଅଧ୍ୟୟନ କରିବା ଲାଗି ‘ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ’ଙ୍କୁ ନିର୍ଦେଶ ଦିଆଯାଇଛି।

The post ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିମନ୍ତେ ଆଗତ ତଥ୍ୟାବଳୀ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ: ହରଦୀପ ସିଂହ ପୁରୀ first appeared on Sambad.



from ଜିଲ୍ଲା – Sambad https://ift.tt/39G0SFa