
କୋରାପୁଟ: ସେମିଳିଗୁଡ଼ା-ନନ୍ଦପୁର ରାସ୍ତାର (୫୫ ନମ୍ବର ପ୍ରମୁଖ ଜିଲ୍ଲା ସଡ଼କ) ବୋଡ଼େଙ୍ଗା ଛକରେ ଗତ ଅପରାହ୍ଣ ୧୨:୩୦ରେ ସେମିଳିଗୁଡ଼ା ପୁଲିସ ଏକ ଟ୍ରକ୍ରେ ବେଆଇନ ଭାବେ ନିଆଯାଉଥିବା ୧୧ କ୍ୱିଣ୍ଟାଲ୍ ୪୫ କିଲୋ ଗଞ୍ଜାଇ ଜବତ କରି ଏକ ମାମଲା ରୁଜୁ କରିଛି।
ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୪ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ଝାଡ଼ଖଣ୍ଡ ଅନ୍ତର୍ଗତ ବୋକାରୋ ଜିଲ୍ଲାର ବାସିନ୍ଦା। ସେମାନେ ହେଲେ, ୪୮ ବର୍ଷିୟ ସୁବୋଧ କୁମାର ମହତୋ, ୨୦ ବର୍ଷିୟ ଉତ୍ତମ କୁମାର ହାଁସଦା ଓ ୩୧ ବର୍ଷିୟ ବବଲୁ ମହତୋ। ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତଜଣକ ହେଉଛନ୍ତି ପଡୁଆ ଅଞ୍ଚଳର ୨୯ ବର୍ଷିୟ ସୀତାରାମ ଗେମେଲ୍। ସେମାନଙ୍କ ଠାରୁ ୨ଟି ମୋବାଇଲ୍ ଫୋନ୍, ୨ଟି ନମ୍ବର ପ୍ଲେଟ୍ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଏହି ଗଞ୍ଜାଇ ପଡୁଆ ଅଞ୍ଚଳରୁ ଜୟପୁର ମଧ୍ୟ ଦେଇ ବିହାର/ଝାଡ଼ଖଣ୍ଡକୁ ପଠାଯାଉଥିଲା। ପ୍ରତି ବସ୍ତାରେ ୧୦ କିଲୋ ଲେଖାଏଁ ଗଞ୍ଜାଇ ଭର୍ତ୍ତି ହୋଇଥିବା ୧୧୫ ବସ୍ତା ଗଞ୍ଜାଇ ପୁଲିସ ଉକ୍ତ ଟ୍ରକ୍ରୁ ଜବତ କରିଛି। ଗଞ୍ଜାଇ ବୋଝେଇ ଉକ୍ତ ଟ୍ରକ୍କୁ ବାଟ କଢ଼ାଇ ନେବାକୁ ଗୋଟାଏ ଅଟୋ ମଧ୍ୟ ସାଥିରେ ଯାଉଥିଲା।
ଜବତ ଗଞ୍ଜାଇ ଆନୁମାନିକ ମୂଲ୍ୟ ୫୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଗଞ୍ଜାଇ ଯାଉଥିବା ଉକ୍ତ ଟ୍ରକ୍ର ଡାଲାଟି ଖାଲି ଥିଲା। କିନ୍ତୁ, ଟ୍ରକ୍ର କ୍ୟାବିନ୍ରେ ଥିବା ଗୁପ୍ତ ବାକ୍ସରେ ଗଞ୍ଜାଇ ଭର୍ତ୍ତି କରାଯାଇଥିଲା। ପୁଲିସ କବଳରୁ ଖସିଯିବା ନିମନ୍ତେ ସେ ଟ୍ରକ୍ ପାଇଁ ଦୁଇ ସେଟ୍ ନମ୍ବର ପ୍ଲେଟ୍ ମଧ୍ୟ ରଖାଯାଇଥିଲା।
ଏହି ଚଢ଼ାଉରେ ଭାଗ ନେଇଥିବା ସରକାରୀ ଅଧିକାରୀମାନେ ହେଲେ, ସେମିଳିଗୁଡ଼ା ଥାନା ଆଇଆଇସି ଧୀରେନ୍ କୁମାର ବେହେରା, ଏଏସ୍ଆଇ ଏସ୍. ସି. ବିଶୋୟୀ, ହାବିଲ୍ଦାର ଏମ୍. କେ. ବାଗ, କନେଷ୍ଟବଳ ଅରୁଣ କୁମାର ବେହେରା ଓ ପି. ସି. ମାଝୀ, ଓଏପିଏଫ୍ ନରସିଂହ କେନିଆ, ବି ମୁଦୁଲି, ଜେ କୁଲେସିକା।
The post ସେମିଳିଗୁଡ଼ା-ନନ୍ଦପୁର ରାସ୍ତାରେ ଯାଉଥିବା ଟ୍ରକ୍ରୁ ୫୭ ଲକ୍ଷ ଟଙ୍କା ମୂଲ୍ୟର ଚୋରା ଗଞ୍ଜାଇ ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/2ZrmTS9
0 Comments