ରାଉରକେଲା: ଗତ କିଛି ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ ମହୀପାଣିରେ ଝାରଖଣ୍ଡ ହାତୀପଲଙ୍କ ଉତ୍ପାତ ଜାରି ରହିଛିl ରାତି ହେଲେ ବସ୍ତିବାସୀଙ୍କ ଚିନ୍ତା ବଢୁଛିl ଗତକାଲି ରାତିରେ କିଛି ଦନ୍ତା ହାତୀ ମହିପାଣି ଗାଁକୁ ପଶିଥିଲେl ନିଶାମଣି ମାହାତୋ ସମେତ ବସ୍ତିର କିଛି ଘର ଭାଙ୍ଗି ଦେଇଛନ୍ତିl ନିକଟରେ ମେଳାରେ ଗାଁରେ କିଛି ଲୋକ ଯୋଗ ଦେଇଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତିl

ଆଜି ସକାଳେ ବନ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇ କାମ ଜାରି ରଖିଛନ୍ତିl ଗତ କିଛି ଦିନ ତଳେ ମହିପାଣିରେ ରେଳଲାଇନ ପାରି ହେଉଥିଲା ବେଳେ ଟ୍ରେନ ଧକ୍କାରେ ଦୁଇ ମାଈ ହାତୀର ମୃତ୍ୟୁ ହୋଇଥିଲାl ଏହି ଘଟଣାରେ ବନ ବିଭାଗ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେl

The post ମହୀପାଣିରେ ହାତୀପଲଙ୍କ ଉତ୍ପାତ: ଭାଙ୍ଗିଲେ ଘର, ବର୍ତ୍ତିଲେ ବସ୍ତିବାସୀ first appeared on Sambad.



from ଜିଲ୍ଲା – Sambad https://ift.tt/3bkgtJU