କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଢାଞ୍ଚାରେ ପକାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନୂଆ ପଦକ୍ଷେପ ହାତକୁ ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ପରୀକ୍ଷା ପୂର୍ବରୁ ଅଭ୍ୟାସ ପ୍ରଶ୍ନପତ୍ରକୁ ବୋର୍ଡ େଵବସାଇଟ୍‌ (www.bseodisha.nic.in)ରେ ଛଡ଼ାଯିବ। ପ୍ରାଥମିକ ପର୍ଯ୍ୟାୟରେ ଆଜି ପ୍ରଥମ ଭାଷା ଓଡ଼ିଆ ଓ ଦ୍ବିତୀୟ ଭାଷା ଇ˚ରାଜୀର ପ୍ରଶ୍ନପତ୍ରକୁ ଛଡ଼ାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ପରୀକ୍ଷା ବିଷୟଗୁଡ଼ିକର ଅଭ୍ୟସ ପ୍ରଶ୍ନପତ୍ରକୁ େଵବସାଇଟ୍‌ରେ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ୨୭ ତାରିଖରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସ˚ସ୍କୃତ ଏବ˚ ଗଣିତ ବିଷୟର ଅଭ୍ୟାସ ପ୍ରଶ୍ନପତ୍ର ଦିଆଯିବ। ୨୮ ତାରିଖରେ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନର ପ୍ରଶ୍ନପତ୍ରଗୁଡ଼ିକ େଵବସାଇଟ୍‌ରେ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

The post ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ୱେବସାଇଟ୍‌ରେ ଅଭ୍ୟାସ ପ୍ରଶ୍ନପତ୍ର first appeared on Sambad.



from ଜିଲ୍ଲା – Sambad https://ift.tt/3dJFFg1