
ଜଗତସିଂହପୁର : ଚଳିତବର୍ଷର ପ୍ରଥମ ମାସ ପାରାଦୀପ ବନ୍ଦର ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଜାନୁଆରି ମାସରେ ପାରାଦୀପ ବନ୍ଦର ମୋଟ୍ ୧୧.୧୭ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି।
ପୂର୍ବରୁ ୨୦୧୯ ମାର୍ଚ୍ଚ ମାସରେ ବନ୍ଦର ସର୍ବୋଚ୍ଚ ୧୦.୫୫ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଥିଲା। ସେହିପରି ଲୁହାପଥର ହ୍ୟାଣ୍ଡଲିଂ ପ୍ଲାଣ୍ଟର ୱାଗନ ଟ୍ରିପଲିଂ କ୍ଷେତ୍ରରେ ମଧ୍ୟ ମାସିକ ସର୍ବକାଳୀନ ରେକର୍ଡ ସ୍ଥାପିତ ହୋଇଛି। ପୂର୍ବରୁ ୨୦୧୯ ଏପ୍ରିଲ୍ ମାସରେ ୧୬୭ ରେକ୍ ଟ୍ରିପଲିଂ ହୋଇଥିବାବେଳେ, ଚଳିତ ମାସରେ ଏହା ୧୭୪ରେ ପହଁଚିଛି। ତେବେ ବନ୍ଦରର ଏହି ଐତିହାସିକ ସଫଳତା ନିମନ୍ତେ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି। ଆମଦାନୀ ରପ୍ତାନୀକାରୀ ସଂସ୍ଥା, ବନ୍ଦର ବ୍ୟବହାରକାରୀ ତଥା ସମସ୍ତ ଷ୍ଟେକ୍ହୋଲଡର୍ସ ମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।
The post ମାସିକ ପଣ୍ୟ କାରବାରରେ ପାରାଦୀପ ବନ୍ଦରର ରେକର୍ଡ first appeared on Sambad.
from ଜିଲ୍ଲା – Sambad https://ift.tt/2L8xDkL
0 Comments