କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍‌), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫର୍ମପୂରଣ ସମୟସୀମାକୁ ଫେବ୍ରୁଆରି ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଫର୍ମପୂରଣ ଶେଷ ତାରିଖ ଫେବ୍ରୁଆରି ୨ତାରିଖ ଥିଲା। ବୋର୍ଡ ପକ୍ଷରୁ ଜାନୁଆରି ୧୦ତାରିଖ ସକାଳ ୧୦ଟାରୁ ଅନ୍‌ଲାଇନ୍‌ରେ ଫର୍ମପୂରଣ ଆରମ୍ଭ ‌ହୋଇଥିଲା। ମାଟ୍ରିକ୍ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ବାରା ଓ ପତ୍ରବିନିମୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ ସଂପୃକ୍ତ ଅଞ୍ଚଳରେ ଥିବା ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ଉପସଂପାଦକଙ୍କ ମାଧ୍ୟମରେ ଫର୍ମ ପୂରଣ କରିଥ‌ିଲେ। ଜାନୁଆରି ୨୭ତାରିଖ ପର୍ଯ୍ୟନ୍ତ ବିନା ଜରିମାନାରେ ଫର୍ମପୂରଣ ‌ହେଉଥିବାବେଳେ ଜରିମାନା ସହ ଜାନୁଆରି ୨୮ତାରିଖରୁ ଫେବ୍ରୁଆରି ୨ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଥିଲା।

The post ମାଟ୍ରିକ୍ ଫର୍ମପୂରଣ ସମୟ ସୀମା ୧୦ ତାରିଖକୁ ବୃଦ୍ଧି first appeared on Sambad.



from ଜିଲ୍ଲା – Sambad https://ift.tt/2YGbY6T