ରାଉରକେଲା: ଟ୍ରେନ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁ ବିଶ୍ରା ରେଞ୍ଜର ଫରେଷ୍ଟର ରାଧା ଗୋବିନ୍ଦ ବହିଦାର ଓ ବନରକ୍ଷୀ ମହାଦେବ ଭୋଇଙ୍କୁ ନିଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ବାଇଁ ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ। ଦୁର୍ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। କେଉଁ ପରିସ୍ଥିତିରେ ଦୁଇ ମାଈ ହାତୀଙ୍କର ମୃତ୍ୟୁ ହେଲା ତାହା ମଧ୍ୟ ପଚାରି ବୁଝିଥିଲେ। ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ପରେ ଡିଏଫ୍ଓ ଶ୍ରୀ ସ୍ବାଇଁ ରେଳବାଇ ଏଆର୍ଏମ୍ ନିଶାନ୍ତ କୁମାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଟ୍ରେନ୍ ଡ୍ରାଇଇଭର ପଶ୍ଚିମବଙ୍ଗ ହାୱଡାର କ୍ରିଷ୍ଣା ଗୋପାଳଙ୍କୁ ଦୁଇ ଦିନ ମଧ୍ୟରେ ବନଖଣ୍ଡ କାର୍ଯ୍ୟାଳୟରେ ହାଜର ହେବାକୁ ମଧ୍ୟ ନୋଟିସ୍ କରିଛନ୍ତି। ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି।
The post ଟ୍ରେନ୍ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ବିଶ୍ରା ରେଞ୍ଜର ଫରେଷ୍ଟର ଓ ବନରକ୍ଷୀ ନିଲମ୍ବିତ first appeared on Sambad.
from ଜିଲ୍ଲା – Sambad https://ift.tt/3jCqtCp
0 Comments