ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଗାନ୍ଧି ଛକ ନିକଟରେ ଗୋରୁ ଗାଡ଼ି ଓଲଟି ୩୫ ରୁ ଊର୍ଦ୍ଧ୍ବ ଗୋରୁ ମୃତ ହୋଇଥିବା ବେଳେ ଗାଡ଼ି ଭିତରେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଗୋରୁ ବୋଝେଇ କଣ୍ଟେନର ବୋଲେରୋକୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସି ପଡ଼ିଥିଲା। ଏହାଫଳରେ ୩୫ ରୁ ଊର୍ଦ୍ଧ୍ବ ଗୋରୁ ମୃତ ହୋଇଥିବା ବେଳେ ଗାଡ଼ି ଭିତରେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଭଦ୍ରକ ପଟୁ ଶହେରୁ ଅଧିକ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ପାଇ ବସ୍ତା ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। , ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳୁଛି।
ବୋଲେରୋରେ ଆଇଓସିଏଲରେ କାର୍ଯ୍ୟକରୁଥିବା ସତ୍ୟନାରାୟଣ ହୋତା ନାମକ ଜଣେ ପୂର୍ବତନ ସେନା କର୍ମଚାରୀ ଘରକୁ ଫେରୁଥିଲେ। ତାଙ୍କ ଘର ବସ୍ତା ଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ବୋଲି ଜଣାଯାଇଛି।
The post ବୋଲେରୋକୁ ଧକ୍କା ଦେଲା ଗୋରୁବୋଝେଇ କଣ୍ଟେନର୍: ଗାଡ଼ି ଭିତରେ ଚାପି ହୋଇ ୩ ବ୍ୟକ୍ତିଙ୍କ ସମେତ ୩୫ରୁ ଊର୍ଦ୍ଧ୍ବ ଗୋରୁ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3beVPLn
0 Comments