
ମାହାଙ୍ଗା: କଟକ ଜିଲ୍ଲାର ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମରେ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମହିଳା ଜଣକ ସେହି ଗ୍ରାମର ଅନ୍ନପୂର୍ଣ୍ଣା ମହାପାତ୍ର। ଖବର ପାଇ ଜୟପୁର ଫାଣ୍ତି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତ। ସୂଚନା ଅନୁଯାୟୀ, ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମରେ ବାସ କରୁଥିବା ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ମୃତ ଦେହ ଠାବ କରାଯାଇଛି।
ଅନ୍ନପୂର୍ଣ୍ଣା ତିନିବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ଏକମାତ୍ର ପୁଅକୁ ନେଇ ରହୁଥିଲେ। ଗତ କିଛିଦିନ ହେବ ପୁଅ ବାହାରକୁ କାମ କରିବାକୁ ଚାଲି ଯାଇଥିବାରୁ ଅନ୍ନପୂର୍ଣ୍ଣା ଏକୁଟିଆ ରହୁଥିଲେ। ଆଜି ଘର ଠାରୁ ୨ଶହ ମିଟର ଦୂର ଏକ ନାଳି ମଧ୍ୟରୁ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ମହିଳାଙ୍କ ବାପଘର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ମୃତ ମହିଳାଙ୍କ ଜଣଙ୍କ ଶୌଚ ହେବା ପାଇଁ ଯାଇଥିବାବେଳେ ସୁଯୋଗ ପାଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
The post ମାହାଙ୍ଗା ଭେଡ଼ା ସାଲେପୁର ଗ୍ରାମରେ ଗଣଦୁଷ୍କର୍ମ ପରେ ବିଧବା ମହିଳାଙ୍କୁ ହତ୍ୟା! first appeared on Sambad.
from ଜିଲ୍ଲା – Sambad https://ift.tt/3u7o2wn
0 Comments