କଟକ: କଟକ ସହର ଭିତରକୁ ପଶିଲେ ହାତୀ। ସିଡିଏ ସେକ୍ଟର- ୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିକଟରେ ଦୁଇଟି ହାତୀ ପଶି ଆସିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମହାନଦୀ ପାର ହୋଇ ଦୁଇଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର ଭିତରକୁ ପଶି ଆସିଥିଲେ। .ସେହି ଦୁଇ ହାତୀ ସିଡିଏ ‌ସେକ୍ଟର-୧୩ ରେଭେନ୍ସା କମ୍ପ୍ୟାସର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆତଙ୍କ ଖେଳାଇଛନ୍ତି।

ଫଳରେ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିବା‌ବେ‌ଳେ ଏବେ‌ ଯାଏଁ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବା ସୂଚନା ମିଳିଛି।

The post ସିଡିଏ ‌ସେକ୍ଟର-୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଦନ୍ତା ହାତୀ first appeared on Sambad.



from ଜିଲ୍ଲା – Sambad https://ift.tt/3bnprX5