
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଉଥିବା ବେଳେ ୪ ଅଭିଯୁକ୍ତଙ୍କୁ ଧରିଛି ପୁଲିସ୍। ଏହାଛଡ଼ା ଯେଉଁ କାରରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା, ତାକୁ ବି ପୁଲିସ୍ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଉମରକୋଟରୁ ଉତ୍ତର ପ୍ରଦେଶର ମଥୁରାକୁ ଏକ ସ୍ବିପ୍ଟ ଡିଜାର କାରରେ ଚାଲାଣ ୭୦ କେଜି ଗଞ୍ଜେଇ ଚାଲାଣ ହେଉଥିଲା। ଏସଂପର୍କରେ ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ରାଣୀବଗିଚା ବାଇପାସ ନିକଟରେ ଉକ୍ତ କାରକୁ ଅଟକାଇ ସେଥିରେ ଥିବା ଗଞ୍ଜେଇ ଜବତ କଲା। ୩ ଜଣ ଯୁବକ ଓ ଜଣେ ଯୁବତୀ ଗଞ୍ଜେଇ ଚାଲାଣ କରୁଥିଲେ। ପୁଲିସ ସେହି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ୧୫ହଜାର ଟଙ୍କା, କାର୍ ଓ ୪ଗୋଟି ମୋବାଇଲ ଜବତ କରିଛି।
The post ସୁନ୍ଦରଗଡ଼ରେ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3s8n4yc
0 Comments