ବାରିପଦା/ବେତନଟୀ: ଆଜି ଭାଲେଣ୍ଟାଇନ୍ ଡେ। ଏହି ଅବସରରେ କିଏ କେତେ ପ୍ରକାର କାର୍ଯ୍ୟକ୍ରମ କରୁଛି। ମାତ୍ର ଠିକ ଏହି ଦିନରେ ୨୦୧୯ରେ ସାରା ଦେଶ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ ।

ଦେଶର ସେହି ବୀର ସନ୍ତାନଙ୍କୁ ବେତନଟୀ ଅଞ୍ଚଳର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା(ସିତୁ) ନିଆର ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ମାଇକ୍ରୋ ଆର୍ଟ ମାଧ୍ୟମରେ ଏକ ପେନସିଲରେ ଖୋଦେଇ କରି ବନ୍ଧୁକ କରିଛନ୍ତି ସମରେନ୍ଦ୍ର। ଯାହାର ଦର୍ଘ୍ୟ ପ୍ରାୟ ଦେଢ଼ ଇଞ୍ଚ୍ ରହିଛି। ଏହାକୁ ସେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି।

ନିଜର କଳାକୃତି ମାଧ୍ୟମରେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଆସିଥିବା ସମରେନ୍ଦ୍ରଙ୍କର ଏହି ପଦକ୍ଷେପ ପ୍ରଶଂସାର ବିଷୟ ପାଲଟିଛି। ପୂର୍ବରୁ ଗୋପବନ୍ଧୁ ଦାସ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହେରୁ, ଅବଦୁଲ କଲାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖଙ୍କ କଳାକୃତି ଗଛରେ ଖୋଦେଇ କରି ଆଙ୍କି ସାରିଛନ୍ତି ସମରେନ୍ଦ୍ର।

The post ଭାଲେଣ୍ଟାଇନ୍ ଡେ’ରେ ବୀର ଯବାନଙ୍କୁ ଯୁବ ଚିତ୍ରକରଙ୍କ ନିଆରା ଉପହାର first appeared on Sambad.



from ଜିଲ୍ଲା – Sambad https://ift.tt/3jOBzEj