
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନାର ସାନଜରିଆ ଗାଁରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଶୈଳେନ୍ଦ୍ର ମଲ୍ଲିକ(୪୦) ଓ ତାଙ୍କ ସ୍ତ୍ରୀ ବନ୍ଦିତା(୩୫)ଙ୍କ ଭିତରେ ଝଗଡ଼ା ହୋଇଥିଲା। ସ୍ବାମୀଙ୍କର ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିବା କୁହାଯାଉଛି। ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ଶୈଳେନ୍ଦ୍ର ମଲ୍ଲିକ ନିଜ ଦେହରେ କିରାସିନି ଢାଳି ଦିଆସିଲି ମାରି ନିଆଁ ଲଗାଇ ଦେଇଥିଲେ।
ଏହା ଦେଖି ସ୍ତ୍ରୀ ବନ୍ଦିତା ‘ମୁଁ କାହିଁକି ବଞ୍ଚିବି ବୋଲି କହି ସ୍ବାମୀଙ୍କୁ ଜାବୁଡ଼ି ଧରିଥିଲେ। ଏହାପରେ ଦୁହେଁ ନିଆଁରେ ପୋଡ଼ି ହୋଇଯାଇଥିଲେ। ତାପରେ ଉଭୟଙ୍କୁ ପଡ଼ୋଶୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା, ହେଲେ ବାଟରେ ସ୍ତ୍ରୀ ବନ୍ଦିତାଙ୍କର ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଛନ୍ତି। ଖବର ପାଇ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ ତ୍ରିପାଠୀ ଘଟଣାର ତଦନ୍ତ କରିଛନ୍ତି।
The post ପରକୀୟା ପ୍ରୀତିକୁ ନେଇ ସ୍ବାମୀ-ସ୍ତ୍ରୀଙ୍କର ମଧ୍ୟରେ କଳହ: ନିଆଁରେ ପୋଡ଼ି ହୋଇ ସ୍ତ୍ରୀଙ୍କ ମୃତ୍ୟୁ, ସ୍ବାମୀ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3rPfpEE
0 Comments