ଛେଣ୍ଡିପଦା :  ଅନୁଗୁଳ  ଜିଲ୍ଲା ଛେଣ୍ଡିପଦା ଥାନା ଚାରିବାଟିଆ ଛକ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ରାସ୍ତାକଡ଼ ଗଛରେ ପିଟିହୋଇ ଓଲଟି ପଡିଛି। ଚାଳକ ସମେତ ଦୁଇ ଜଣ ଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ବିଳମ୍ବିତ  ରାତି ୩ ଟାରେ ଓଡି-୩୩-ୱାଇ-୬୦୬୦ ନମ୍ବର ମାରୁତି କାର ଭୁବନେଶ୍ୱରରୁ ଦେବଗଡ଼ ଯାଉଥିଲା।

ଛେଣ୍ଡିପଦା -ବୁଢ଼ାପାଳ ରାସ୍ତାରେ ଚାରିବାଟିଆ ଛକ ନିକଟ ରାସ୍ତାକଡ଼ ଗଛରେ କାରଟି ପିଟିହୋଇ ରାସ୍ତାରେ ଓଲଟି ପଡ଼ିଥିଲା। ଗାଡ଼ିରେ ଦୁଇଜଣ ଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଛେଣ୍ଡିପଦା ପୁଲିସ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ ଚଳେଇଛି। ଆହତ ବ୍ୟକ୍ତି ଦେବଗଡ଼ର ଜଣେ ମହିଳା ବିଚାରପତିଙ୍କ ସ୍ୱାମୀ ବୋଲି ପୁଲିସ ସୂତ୍ରରୁ ଜଣାଯାାଇଛି ।

The post ଗଛରେ ପିଟିଲା ପରେ ଓଲଟିଲା କାର୍: ଜଣେ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3dDyPbA