କଟକ: ଚୌଦ୍ବାରରେ ସରକାରୀ ଜମିକୁ ଜାଲିଆତି କରି ବିକ୍ରି କରିଦେବା ଘଟଣାରେ ପୁଲିସ୍ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆକାଶ ଓରଫ ଅରୁଣ କୁମାର ବେହେରା (୩୦), ପମୁଆ ଓରଫ ପ୍ରମୋଦ ସାମଲ (୩୨), ର˚ଜନ ସାମଲ (୪୩), ବିନ ଓରଫ ବିନୋଦ ସାମଲ (୫୦), ନିଲୁ ଓରଫ ପ୍ରଦୀପ କୁମାର ଜେନା (୪୬), କାଲା ଓରଫ ରାଜକୁମାର ଭୋଇ (୩୬)। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଜମି ସମ୍ପର୍କିତ ଚୁକ୍ତିନାମା ଜବତ ହୋଇଛି।
ସୂଚନା ଅନୁଯାୟୀ, ଚୌଦ୍ବାର ଜୟନ୍ତନଗର ଅଞ୍ଚଳର ସତୀଶ କୁମାର ମହାନ୍ତି ଏକ ଜମି କିଣିବା ଲାଗି ଆଗ୍ରହ ଦେଖାଇଥିଲେ। ଫଳରେ ସେ ବାଟବୁଢି କଲୋନିର ଆକାଶ ବେହେରାଙ୍କ ସ˚ସ୍ପର୍ଶରେ ଆସିଥିଲେ। ଆକାଶ, ସତୀଶଙ୍କୁ ନେଇ ନାଲୁ ସହ ଚିହ୍ନା କରାଇଥିଲା। ନାଲୁ ନିଜର ଜମିକୁ ବିକ୍ରି କରିବା ବିଷୟରେ ସତୀଶଙ୍କୁ କହିଥିଲେ। ସତୀଶ ଦୁଇଟି କିସ୍ତିରେ ନାଲୁଙ୍କୁ ୧ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ। ନାଲୁ, ସତୀଶଙ୍କୁ ଜମି ଚୁକ୍ତି ପ୍ରମାଣପତ୍ର ପ୍ରଦାନ କରିବା ପରେ ସତୀଶ ସେଠାରେ ଘର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ।
ହେଲେ ନାଲୁ ଓ କେତେକ ସହଯୋଗୀ ମିଶି ଉକ୍ତ କାର୍ଯ୍ୟ ଅଟକାଇଥିଲେ। ଅଧିକ ୩୦ ହଜାର ଟଙ୍କା ଦେଲେ ଯାଇ କାମ ଆରମ୍ଭ କରିବ ବୋଲି ଧମକ ଦେଇଥିଲେ। ତେବେ ଉକ୍ତ ଜମିଟି ସରକାରୀ ଓ ତାଙ୍କୁ ମଳିଥିବା ପ୍ରମାଣପତ୍ର ନକଲି ବୋଲି ପରେ ସେ ଜାଣିବାକୁ ପାଇଥିଲେ। ତେଣୁ ଦେଇଥିବା ସବୁ ଟଙ୍କା ଫେରି ପାଇବା ପାଇଁ ସତୀଶ ଅନୁରୋଧ କରିଥିଲେ। ହେଲେ ଟଙ୍କା ମାଗିଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏ ନେଇ ସତୀଶ ଚୌଦ୍ବାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ଆଇଆଇସି ବିରଞ୍ଚି ପତିଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଚୌଦ୍ବାରର ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଆକାଶ ନାମରେ ପୂର୍ବରୁ ଚୌଦ୍ବାର ଥାନାରେ ଦୁଇଟି ମାମଲା ଥିବାବେଳେ ପମୁଆ ନାମରେ ୭ଟି ଓ ବିନ ନାମରେ ୪ଟି ମାମଲା ରହିଛି। ତେବେ ୫ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାବେଳେ ଜଣେ ଅଭିଯୁକ୍ତ କରୋନାରେ ସ˚କ୍ରମିତ ହୋଇଥିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ପୁଲିସ୍ ସୂଚନା ଦେଇଛି। ଜମି ବିକ୍ରି ପାଇଁ ଏକ ନିର୍ଦ୍ଦିଷ୍ଟ ରାକେଟ କାମ କରୁଥିବା ନେଇ ଡିସିପି ପ୍ରତୀକ ସି˚ହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ ଧରିବା ପାଇଁ ଏକ ଅଭିଯାନ ଆରମ୍ଭ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।
The post ଚୌଦ୍ବାରରେ ସରକାରୀ ଜମି ବିକ୍ରି କରି ୬ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3dsWECX
0 Comments