ବ୍ରହ୍ମଗିରି : ମନରେଗାରେ ବିଲ୍‌ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ‌ ନେବାବେଳେ ଜଣେ ମହିଳା ଜିଆରଏସ୍‌ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ରାମଲେଙ୍କା ପଞ୍ଚାୟତରେ ଆଜି ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ଏହି ପଞ୍ଚାୟତର ପାଟନାଶି ଗାଁରେ ମନରେଗାରେ ରାସ୍ତା କାମର ବିଲ୍‌ ପାସ କରାଇଦେବା ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ପଞ୍ଚାୟତର ଜିଆର୍‌ଏସ୍‌ ଭାରତୀ ନାୟକଙ୍କୁ ଭିଜିଲାନ୍‌ସ ଟିମ୍‌ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ଭାରତୀ ପାଟନାଶୀ ଗାଁର ମିଥୁନ ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲା‌ଞ୍ଚ ମାଗିଥିଲେ। ଏହା ପରେ ମିଥୁନ ଭିଜିଲାନ୍ସରେ ଏକ ଅଭିଯୋଗ କରିଥିଲେ। ଭିଜିଲାନ୍ସ ମାମଲା ରୁଜୁ କରି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଟଙ୍କା ଜବତ କରିବା ସହିତ ଜିଆରଏସ୍‌ ଭାରତୀ ନାୟକଙ୍କୁ ଗିରଫ କରିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି।

The post ଲା‌ଞ୍ଚ ନେଇ ଧରାପଡ଼ିଲେ ଜିଆର୍‌ଏସ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/3aCGT9M