
କଟକ: ଶେଷରେ ଚୌଦ୍ବାର ସର୍କଲ ଜେଲ୍ର ଏକ ସ୍ବତନ୍ତ୍ର କ୍ୟାମ୍ପସ୍ ଭିତରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ମାନସିକ ରୋଗ ହସପିଟାଲ୍। ଚୌଦ୍ବାର ଜେଲକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ କୌଣସି ଜେଲ୍ରେ ମାନସିକ ରୋଗ ବିଶେଷଜ୍ଞ ନଥିବାରୁ ମାନସିକ ରୋଗରେ ଆକ୍ରାନ୍ତ କଏଦୀ ଚୌଦ୍ବାର ଜେଲରେ ଚିକିତ୍ସା ହେବାକୁ ଆସୁଥିଲେ। କିନ୍ତୁ ଭିତ୍ତିଭୂମି ଆଦୌ ଠିକ୍ ନଥିଲା। ଏହି ଦୃଷ୍ଟିରୁ ଚୌଦ୍ବାର ଜେଲରେ ସ୍ବତନ୍ତ୍ର ମାନସିକ ରୋଗ ହସପିଟାଲ୍ ଖୋଲାଯାଇଛି। ଚୌଦ୍ବାର ଜେଲର୍ ଦୁର୍ବଳ ଭିତ୍ତିଭୂମି ଭିତରେ ମାନସିକ ରୋଗୀଙ୍କ ଚିକିତ୍ସା ଚାଲିଥିବା ସମ୍ପର୍କରେ ପୂର୍ବରୁ ‘ସମ୍ବାଦ’ରେ ଖବର ପ୍ରକାର ପାଇଥିଲା। ଏହି ପ୍ରସ˚ଗ ଜେଲ ବିଭାଗ ଗୁରୁତ୍ବର ସହିତ ବିଚାର କରିଥିବାରୁ ଜେଲରେ ରାଜ୍ୟର ପ୍ରଥମ ହସପିଟାଲ୍ କାର୍ଯ୍ୟକ୍ଷମ ହୋଇପାରିଛି।
ରାଜ୍ୟର ଚୌଦ୍ବାର ସର୍କଲ ଜେଲକୁ ମିଶାଇ ବାରିପଦା, କୋରାପୁଟ, ସମ୍ବଲପୁର, ବ୍ରହ୍ମପୁର ସର୍କଲ ଜେଲ ଅଧୀନରେ ଏବେ ୮୪ଟି ଜେଲ୍ ଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ମାତ୍ର ମାନସିକ ରୋଗ ଡାକ୍ତର ଚୌଦ୍ବାର ସର୍କଲ ଜେଲରେ ହିଁ ଅଛନ୍ତି। ଅନ୍ୟ ୪ଟି ସର୍କଲରେ ୪ଟି ମାନସିକ ରୋଗ ବିଶେଷଜ୍ଞ ପଦବି ଖାଲି ପଡ଼ିଛି। ରାଜ୍ୟର ଯେକୌଣସି ଜେଲରେ ମାନସିକ ରୋଗରେ ଆକ୍ରାନ୍ତ କଏଦୀଙ୍କ ଚିକିତ୍ସା ପାଇଁ ଚୌଦ୍ବାରକୁ ଆସୁଥିବାରୁ ଏଠାକାର ଦୁର୍ବଳ ଭିତ୍ତିଭୂମି କାରଣରୁ ଚିକିତ୍ସା ବ୍ୟବସ୍ଥା ଠିକ୍ରେ ହୋଇପାରୁ ନଥିଲା। ଏଭଳି ଅବ୍ୟବସ୍ଥା ସମ୍ପର୍କରେ ୨୦୧୯ ଜୁଲାଇ ୧୩ ତାରିଖରେ ‘ସମ୍ବାଦ’ରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ଜେଲ ବିଭାଗ ଏହି ସମସ୍ୟାକୁ ଗୁରୁତ୍ବର ସହିତ ବିଚାର କରିଥିବାବେଳେ ସ୍ବତନ୍ତ୍ର ହସପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। ମୋଟ ୮୦ ଜଣ ମାନସିକ ରୋଗୀଙ୍କ ଚିକିତ୍ସା ହେଲା ଭଳି ବ୍ୟବସ୍ଥା କରାଯାଇଛି। ଏହି ହସପିଟାଲ୍ରେ ୪ଟି ଵାର୍ଡ ଓ ୪ଟି ସେଲ୍ ଖୋଲାଯାଇଛି। ସେଲରେ କେବଳ ମାନସିକ ରୋଗରେ ଅଧିକ ଆକ୍ରାନ୍ତ ହୋଇଥିବା କଏଦୀଙ୍କୁ ରଖାଯିବ। ଏମାନେ ବାହାରେ ରହିଲେ ଅନ୍ୟ ରୋଗୀ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଜଣେ ମାନସିକ ରୋଗ ବିଶେଷଜ୍ଞ ନିଯୁକ୍ତ ହୋଇଥିବା ବେଳେ ମେଲ୍ ନର୍ସି˚ ଅର୍ଡରଲି ଏବ˚ ୬ ଜଣ ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ଆଟେଣ୍ତାଣ୍ଟ୍ ଭାବେ ନିଯୁକ୍ତ କରାଯାଇଛି।
ଏହି ଆଟେଣ୍ତାଣ୍ଟ୍ମାନେ ମାନସିକ ରୋଗୀଙ୍କୁ ଧରିକି ଆଣିବା ସହିତ ଔଷଧ ଖୁଆଇବା, ଖାଦ୍ୟ ଦେବା, ସୁରକ୍ଷା ଦାୟିତ୍ବ ଏବ˚ ସାନିଟାଇଜ୍ ଭଳି କାର୍ଯ୍ୟରେ ନିୟୋଜିତ ହେବେ। ସକାଳ ଓ ସନ୍ଧ୍ୟାରେ ଦୁଇଓଳା ମାନସିକ ରୋଗ ବିଭାଗରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଭଜନ ବାଜିବାର ବ୍ୟବସ୍ଥା କରାଯାଇଛି। ଏହା ସହିତ ରୋଗୀଙ୍କୁ କାଉନସେଲି˚ ନିୟମିତ କରାଯିବ। ଏବେ ଚୌଦ୍ବାର ସର୍କଲ ଜେଲରେ କାର୍ଯ୍ୟକ୍ଷମ ହୋଇଥିବା ନୂଆ ମାନସିକ ରୋଗ ହସପିଟାଲ୍ରେ ୭୪ ଜଣ ମାନସିକ ରୋଗୀ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଜଣ ମହିଳା ରୋଗୀ ଅଛନ୍ତି। କେବଳ ଚୌଦ୍ବାର ସର୍କଲ ଜେଲରୁ ମାତ୍ର ୧୫ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ୫୯ ଜଣ ରୋଗୀ ରାଜ୍ୟର ଅନ୍ୟ ସମସ୍ତ ଜେଲରୁ ଆସିଛନ୍ତି। ଜଣେ ମାନସିକ ରୋଗ ଚିକିତ୍ସା ବିଶେଷଜ୍ଞଙ୍କ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ କେହି ନାହାନ୍ତି। ମେଲ୍ ନର୍ସି˚ ଅର୍ଡରଲି ମାତ୍ର ଜଣେ ଥିବାବେଳେ ସାଧାରଣ ହସପିଟାଲ୍ ଏବ˚ ମାନସିକ ରୋଗ ଚିକିତ୍ସାଳୟ; ଦୁଇପଟ ଦାୟିତ୍ବରେ ଅଛନ୍ତି। ଜଣେ ମାତ୍ର ଫାର୍ମାସିଷ୍ଟ ଥିବାବେଳେ ଆହୁରି ୨ ଜଣ ଫାର୍ମାସିଷ୍ଟଙ୍କ ଆବଶ୍ୟକତା ରହିଛି। ଜଣେ ମାତ୍ର ଵାର୍ଡର୍ ଥିବାରୁ ଅଧିକ ଵାର୍ଡରଙ୍କ ଆବଶ୍ୟକତା ରହିଛି। ସାଇକ୍ରାଟିକ୍ ଵାର୍ଡରେ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଖୁବ ଶୀଘ୍ର ଚୌଦ୍ବାର ଜେଲ୍ ପାଇଁ ଅଧିକ ୨୫ ଜଣ ଵାର୍ଡର୍ ନିଯୁକ୍ତି ପାଇବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣ ଵାର୍ଡରଙ୍କୁ ମାନସିକ ରୋଗ ଚିକିତ୍ସାଳୟ ଦାୟିତ୍ବରେ ନିୟୋଜିତ କରାଯିବା ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
The post ଜେଲ୍ରେ ରାଜ୍ୟର ପ୍ରଥମ ମାନସିକ ରୋଗ ଚିକିତ୍ସାଳୟ first appeared on Sambad.
from ଜିଲ୍ଲା – Sambad https://ift.tt/2NLkAH9
0 Comments