
ଚାନ୍ଦବାଲି: ଅସହାୟ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଖାଉଟି ସୁରକ୍ଷା ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହି ଯୋଜନା ଚାନ୍ଦବାଲି ବ୍ଳକରେ ବାଟବଣା ହୋଇଛି। ଚାନ୍ଦବାଲି ବ୍ଲକରେ ଦିନକୁଦିନ ଖାଉଟି ସାମଗ୍ରୀ ଦୁର୍ନୀତି ବଢ଼ିଚାଲିଥିବା ବେଳେ ସରକାରୀ ଅଧିକାରୀ ଏଥିପ୍ରତି ନଜର ଦେଉନଥିବା ବେଳେ କେଉଁଠି ମେଞ୍ଚାଏ ତ କେଉଁଠି କେଞ୍ଚାଏ।
ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇନପାରି କିଏ ପର ପାଖରେ ହାତପାତି ପେଟ ଭରୁଛି ତ କେଉଁଠି ଗୋଟିଏ ପରିବାରରେ ୫ଜଣଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ ଲଦି ହୋଇପଡ଼ିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଓରାସାହୀ ପଞ୍ଚାୟତରେ ଓରାସାହୀ ପଂଚାୟତ ନେଢ଼ୁଆଳି ଗାଁରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡରେ ନାମ ପଂଜିକୃତ ହୋଇ ମାସିକ ୩୫କେଜି ଲେଖାଏଁ ଚାଉଳ ମାସକୁ ୧କ୍ବିଣ୍ଟାଲ ୭୫କେଜି ଓଜନର ଚାଉଳ ବସ୍ତା ଡେରା ହୋଇଥିବା ବେଳେ ସେହିପରି ବାଂଶଡ଼ା ପଞ୍ଚାୟତ ନୂଆ ଗାଁର ୰ ଧନୀ ଖିଲାରଙ୍କ ପତ୍ନୀ ଖିର ଖିଲାର (୭୦) ସରକାରଙ୍କ ଏହି ଯୋଜନାରେ ଉପକୃତ ନପାଇ ପାରୁ ନାହିଁନ୍ତି ଫଳରେ ଓଳିଏ ଖାଇଲେ ଓଳିଏ ଉପବାସ। ସ୍ୱାମୀ ଧନୀ ଖିଲାରଙ୍କ ନାମରେ କାର୍ଡ ସଂଖ୍ୟା ୩୮୯୪୨୩ ଥିବା ବେଳେ ସପରିବାର ସରକାରଙ୍କ ଏହି ଯୋଜନାରେ ଉପକୃତ ହୋଇ ଦିଗଣ୍ଡା ଖାଇବାକୁ ପାଉଥିଲେ। ମାତ୍ର ଧନୀ ଖିଲାରଙ୍କ ମୃତ୍ୟୁ ପରେ ବୃଦ୍ଧା ବିଧବା ଖିର ଖିଲାର ଅସହାୟ ଜୀବନ ନେଇ ବଂଚୁଛନ୍ତି ।
ଦୁଇ ପୁଅ ବୃଦ୍ଧା ମାକୁ ପର କରିଦେଇ ପୃଥକ ପୃଥକ ରହୁଥିବା ବେଳେ ବୃଦ୍ଧା ଏକାକୀ ଭଙ୍ଗା ଦଦରା ଘରେ ପଡ଼ିରହିଛନ୍ତି । ଖାଇବାକୁ ଗଣ୍ଡିଏ ନପାଇ ବାରଦୁଆରେ ହାତ ପାତି ପେଟ ଭରୁଛନ୍ତି।
ତେବେ ବୃଦ୍ଧାଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ସ୍ଥାନୀୟ ସରପଂଚ ବାରମ୍ବାର ବ୍ଲକ ଯୋଗାଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ବୃଦ୍ଧାଙ୍କର ଏହି ଯୋଜନାରେ ସାମିଲ ହୋଇପାରୁ ନାହିାଁନ୍ତି । ଅନ୍ୟପଟେ ଓରାସାହି ପଂଚାୟତରେ ଏହି ଯୋଜନାରେ ଗୋଟିଏ ପରିବାର ୫ଜଣଙ୍କ ନାମରେ ଏହି ଅନ୍ତ୍ୟୋଦୟ ଅନ୍ନଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ସରକାରଙ୍କ ଏହି ଯୋଜନାରେ ପ୍ରକୃତ ହିତାଧିକାରୀ କେତେ ଫଳପ୍ରଦ ହେଉଛନ୍ତି ତାହା ଜଳଜଳ ହୋଇ ଦିଶୁଛି । ଏ ସମ୍ପର୍କରେ ଆଗେ ଯୋଗାଣ ବିଭାଗ ଅଧିକାରୀ ଉମେଶ ନାୟକଙ୍କୁ ଯୋଗାଯୋଗ କରିଥିବା ବେଳେ ସେ କହିଛନ୍ତି ଓରାସାହି ପଞ୍ଚାୟତରେ ଏପରି ଚଞ୍ଚକତା କରାଯାଇ ପରିବାରକୁ ପୃଥକ କରାଯାଇ ଆବେଦନ କରାଯାଇଥିବାରୁ ଆମ ନଜରକୁ ଆସିଥିଲା । ତାହା ଏବ ରଦ୍ଦ କରାଯାଇଛି। ହେଲେ ବଂଶଂଡ଼ା ପଂଚାୟତରେ ଉକ୍ତ ବୃଦ୍ଧାଙ୍କ ନାମ ଖୁବ ଶୀଘ୍ର ଅର୍ନ୍ତଭୁକ୍ତ କରାଯାଇ ସରକାରଙ୍କ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯିବ।
The post ଚାନ୍ଦବାଲି ବ୍ଲକରେ ପିଡିଏସ ଘୋଟାଲା: ଗୋଟିଏ ପରିବାରରେ ୫ଜଣଙ୍କ ନାମରେ ଅନ୍ତ୍ୟୋଦୟକାର୍ଡ first appeared on Sambad.
from ଜିଲ୍ଲା – Sambad https://ift.tt/2NkVPBO
0 Comments