କଟକ : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଫ୍ଲାଟ/ପ୍ଲଟ ବିକ୍ରି ନେଇ ୨୦୨୧, ଜାନୁଆରି ୬ରେ ଜାରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.ନାୟକଙ୍କ ଆବେଦନକୁ ଖାରଜ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜାନୁଆରି ୬ରେ ବିଡିଏ ପକ୍ଷରୁ ପୋଖରୀପୁଟ ଅନନ୍ତବିହାର, ଗାଡ଼କଣ, କଳିଙ୍ଗନଗର, ଚନ୍ଦ୍ରଶେଖରପୁର, ଜୟଦେବବିହାର ଓ ପୋଖରୀପୁଟ ଫେଜ୍-୧ ଓ ୨ରେ କୋର୍ ହାଉସ/ଫ୍ଲାଟ୍/ପ୍ଲଟ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିରେ ଇ-ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ ସଂପର୍କିତ କେତେକ ନିୟମକୁ ଆବେଦନକାରୀ ଚାଲେଞ୍ଜ କରିଥିଲେ। ଜଣେ ବ୍ୟକ୍ତି ସର୍ବାଧିକ ୩ଟି ସଂପତ୍ତି ପାଇଁ ଆବେଦନ କରି ପାରିବେ ବୋଲି ରହିଥିବା ନିୟମ ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏଥି ସହିତ ପ୍ଲଟ ଗୁଡିକର ନିର୍ଦ୍ଦିଷ୍ଟ ସ୍ଥିତି ସଂପର୍କରେ ନିଲାମ ପ୍ରକ୍ରିୟାରେ କୌଣସି ସୂଚନା ଦିଆଯାଇ ନଥିବା ଅଭିଯୋଗ ହୋଇଥିଲା।

The post ବିଡିଏ ନୋଟିସ୍‌କୁ ଚାଲେଞ୍ଜ କରି ଦାୟର ମାମଲା ହାଇକୋର୍ଟରେ ଖାରଜ first appeared on Sambad.



from ଜିଲ୍ଲା – Sambad https://ift.tt/3rVpRKH