କଟକ : ଶେଷରେ ୧୨୭ ଜଣ ଇନଚାର୍ଜ ଡିଏସ୍‌ପିଙ୍କ ତ୍ରିଶଙ୍କୁ ଅବସ୍ଥା ଦୂର ହେଲା। ଜାନୁଆରି ୨୯ ତାରିଖ ସେମାନଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ବେଳେ ପାଖପାଖି ୧୩ ଦିନ ପରେ ସେମାନଙ୍କ ପୋଷ୍ଟି˚ ବିଜ୍ଞପ୍ତି ଆଜି ଜାରି କରାଯାଇଛି। ଅଧିକା˚ଶ ଅଧିକାରୀଙ୍କୁ ସେମାନେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଜାଗାରେ ସ୍ଥାୟୀ ଡିଏସ୍‌ପି ଭାବେ ନିଯୁକ୍ତ କରାଯାଇଛି। ୨୦୧୭ରୁ ଏହି ଅଧିକାରୀମାନେ ଡିଏସ୍‌ପି ପାହ୍ୟାର ଦାୟିତ୍ବ ତୁଲାଉଥିବା ବେଳେ ଇନସ୍ପେକ୍ଟର ପାହ୍ୟାର ଦରମା ପାଇ ଆସୁଥିଲେ। ପଦୋନ୍ନତି ବିଜ୍ଞପ୍ତି ବାହାରିବା ପରେ ସେମାନଙ୍କୁ ସ୍ଥାୟୀ ଅଧିକାରୀ ଭାବେ ପୋଷ୍ଟି˚ ଦିଆଯାଉ ନଥିଲା।

ଏ ସମ୍ପର୍କରେ ‘ସମ୍ବାଦ’ରେ ଗଲା ୧୨ ତାରିଖରେ ଖବର ପ୍ରକାଶ ପାଇଥିବା ବେଳେ ଦିନକ ପରେ ବିଭାଗ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇ ଏଭଳି ପୋଷ୍ଟି˚ ବିଜ୍ଞପ୍ତି ଜାରି କରାଯିବା ଘଟଣା ଏବେ ଚର୍ଚ୍ଚାର ପ୍ରସ˚ଗ ହୋଇଛି। କିନ୍ତୁ ଏହି ଅଧିକାରୀମାନଙ୍କ ଡିଏସ୍‌ପି କାର୍ଯ୍ୟକାଳ ସେମାନେ ସ୍ଥାୟୀ ଅଧିକାରୀ ଭାବେ ଯୋଗଦେବା ଦିନରୁ ଗଣାଯିବ ନା ୨୦୧୭ରୁ ତାହା ଧରାଯିବ, ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। ଯଦି ସେମାନଙ୍କ ପୂର୍ବ କାର୍ଯ୍ୟକାଳକୁ ଡିଏସପି ପାହ୍ୟା ଭାବେ ଧରାନଯିବ ତେବେ ସେମାନେ ଡିଏସ୍‌ପି କରିଥିବା ତଦନ୍ତର ଭବିଷ୍ୟତ କଣ ହେବ? ଏ ଦ୍ବନ୍ଦ୍ବ ଏବେ ବି ଲାଗିରହିଛି।

ସୂଚନାଯୋଗ୍ୟ ଯେ ଜାନୁଆରି ୨୯ ତାରିଖରେ ସରକାରଙ୍କ ପକ୍ଷରୁ ୩୦୧ ପୁଲିସ ଅଧିକାରୀଙ୍କୁ ଡିଏସ୍‌ପି ପଦୋନ୍ନତି ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଜାନୁଆରି ୩୦ ତାରିଖରେ ପୋଷ୍ଟି˚ ଦିଆଯାଇଥିଲା। ତାହାକୁ ନେଇ ବି ଭବିଷ୍ୟତରେ ବିବାଦ ସୃଷ୍ଟି ଆଶଙ୍କାକୁ ଏଡ଼ାଇ ଦେଇହେଉନାହିଁ। ୩୦୧ ଅଧିକାରୀଙ୍କ ମଧ୍ୟରୁ ମୋଟ ୧୨୮ ଜଣଙ୍କ ପୋଷ୍ଟି˚ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ବି ୧୭୩ ଜଣ ଅଧିକାରୀଙ୍କୁ ପୋଷ୍ଟି˚ ଦିଆଯାଇ ନାହିଁ। ଇନଚାର୍ଜ ଡିଏସପି ଭାବେ ୨୦୧୭ରୁ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ମଧ୍ୟରୁ ଇତିମଧ୍ୟରେ ୫୦ରୁ ଅଧିକ ଅଧିକାରୀ ଅବସର ନେଇସାରିଲେଣି।

The post ୧୨୭ ଇନଚାର୍ଜ ଡିଏସ୍‌ପିଙ୍କ ପ୍ରକାଶ ପାଇଲା ପୋଷ୍ଟି˚ ବିଜ୍ଞପ୍ତି first appeared on Sambad.



from ଜିଲ୍ଲା – Sambad https://ift.tt/3b0sww8