
ଜଗତ୍ସିଂହପୁର: ଆଜି ସକାଳ ପ୍ରାୟ ୭ଟା ବେଳେ ଯୋଗଧରି ନୂଆ ବସ୍ଷ୍ଟାଣ୍ଡ୍ ନିକଟରେ ବସ୍ ଧକ୍କା ଖାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।
ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ନାଉଗାଁରୁ ଆସୁଥିବା ଯାତ୍ରୀବାହୀ ଘରୋଇ ବସ୍ ‘ସାଇ କିଷନ୍’ ଉକ୍ତ ଯୁବକଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ତାଙ୍କର ମୁଣ୍ଡ ଦୁଇଫାଳ ହୋଇଯିବାରୁ ଦୁର୍ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟକ୍ତିଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିଲେ ମଧ୍ୟ ହଠାତ୍ ତାଙ୍କର ପରିଚୟ ମିଳିପାରି ନାହିଁ।

ଆଜି ସକାଳୁ ଖୁବ୍ କୁହୁଡ଼ି ପଡୁଥିବା କାରଣରୁ ରାସ୍ତାଘାଟ ପ୍ରାୟ ଦିଶୁ ନ ଥିଲା। ସେହି କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଏଭଳି ଅଭାବନୀୟ ଘଟଣାରେ ଉତ୍ତେଜିତ ହୋଇ ସ୍ଥାନୀୟ ଲୋକେ ସମ୍ପ୍ରତି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏଥିଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି।
ଖବର ପାଇ ଜଗତ୍ସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଉଛନ୍ତି। ଆଉ କିଛି ସମୟ ମଧ୍ୟରେ ରାଜପଥରୁ ଅବରୋଧ ହଟିବ ବୋଲି ଆଶା କରାଯାଉଛି।
The post ଜଗତ୍ସିଂହପୁର: ବସ୍ ଧକ୍କାରେ ପଥଚାରୀ ଯୁବକ ମୃତ: ଉତ୍ତ୍ୟକ୍ତ ଜନତାଙ୍କଦ୍ୱାରା ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ first appeared on Sambad.
from ଜିଲ୍ଲା – Sambad https://ift.tt/3aV4ceZ
0 Comments