ବରଗଡ଼: ପ୍ରଥମ ଥର ପାଇଁ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ ସମ୍ବଲପୁରୀ ଗୀତ ଗାଇଛନ୍ତି। ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ବୃନ୍ଦାବନ ମେହେର। ଗୀତଟି ବରଗଡ଼ ଷ୍ଟୁଡିଓ ମେଲୋଡିରେ ପ୍ରସ୍ତୁତ କରାଯାଇଛି। ଗୀତକୁ ପ୍ରଥମେ ଉଦିତଙ୍କ ପାଖକୁ ମୁମ୍ବାଇ ପଠାଯାଇଥିଲା। ସେ ସମ୍ବଲପୁରୀରେ ଏହି ଗୀତ ବୋଲିବା ପରେ ତାକୁ ପୁଣି ଏଠାରେ ବାଦ୍ୟରେ ସଜା ଯାଇଚି। ୧୪ ତାରିଖ ଆର୍‌କେ ମିଡିଆ ୟୁଟ୍ୟୁବ୍‌ରେ ଏହି ଗୀତ ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି।

The post ସମ୍ବଲପୁରୀ ଗୀତ ଗାଇଲେ ଉଦିତ ନାରାୟଣ first appeared on Sambad.



from ଜିଲ୍ଲା – Sambad https://ift.tt/3a4IB4w