କୋକସରା: ଘରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁରେ। ଆଜି ଭୋର ସମୟରେ ଟୁଇଙ୍କେଲ କନ୍ଦପାନ ନାମକ ଜଣେ ୨୩ ବର୍ଷିୟା  ଯୁବତୀଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଜୀବନ୍ତ ଜଳି ଯାଇଛନ୍ତି । ମୃତ ଯୁବତୀଜଣଙ୍କ ଧର୍ମଗଡ଼ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ୨ୟ ବର୍ଷର କଳା ଛାତ୍ରୀ ଥିଲେ ।

ତାଙ୍କ ଘରେ କିଭଳି ନିଆଁ ଲାଗି ତାଙ୍କର ମୃତ୍ୟୁ ଘଟିଛି, ତାର ଏଯାଏଁ ପ୍ରକୃତ କାରଣ ଜଣାପଡ଼ିନାହିଁ । ସେପଟେ ନିଆଁ ଲାଗି ଘରର ଆସବାବପତ୍ର, ଖଟ ଓ ଦେଢ଼ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ ଘଟଣା ସ୍ଥଳରେ ପୁଲିସ ଓ ରାଜସ୍ୱ ନିରୀକ୍ଷକ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଗ୍ୟାସ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ବୋଲି ରାଜସ୍ୱ ନିିିିିିିିରୀକ୍ଷକ କହିଛନ୍ତି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

The post ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଯୁବତୀ first appeared on Sambad.



from ଜିଲ୍ଲା – Sambad https://ift.tt/2O7Qu0w