କଟକ: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଛନ୍ତି ଉଚ୍ଚ ନ୍ୟାୟାଳୟ। ଆଜି ହାଇକୋର୍ଟରେ ଅଞ୍ଜନାଙ୍କ ଆବେଦନର ଶୁଣାଣି ବେଳେ ରାଜ୍ୟ ସରକାର ଓ ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ମାମଲାରେ ଫେରାର ଥିବା ଅଭିଯୁକ୍ତ ବିବନ ବିଶ୍ଵାଳକୁ ଗିରଫ କରାଯାଇଛି। ଏଭଳି ସ୍ଥିତିରେ ହାଇକୋର୍ଟ ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୨ରେ ଅଞ୍ଜନା ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସିବିଆଇ ତଦନ୍ତରେ ଶିଥିଳତା ଅଭିଯୋଗ କରି ସେ ଆବେଦନ ଦାଏର କରିଥିଲେ।

ଏବେ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଆବେଦନର ହାଇକୋର୍ଟରେ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

The post ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଲେ ଉଚ୍ଚ ନ୍ୟାୟାଳୟ first appeared on Sambad.



from ଜିଲ୍ଲା – Sambad https://ift.tt/3e2lUAx