
କଟକ : ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାର ଅଭିଯୁକ୍ତ ନାବାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ନିମ୍ନ ଅଦାଲତରେ ଅଭିଯୁକ୍ତ ବିରୋଧରେ ଏସ୍ଆଇଟି ଦାଖଲ କରିଥିବା ଚାର୍ଜସିଟକୁ ଚାଲେଞ୍ଜ କରି ଏହି ମାମଲା ରୁଜୁ ହୋଇଛି। ଚାର୍ଜସିଟ୍ ଓ ଚାର୍ଜସିଟ ଆଧାରରେ ଅଭିଯୁକ୍ତ ବିରୋଧରେ ଅଦାଲତ ଗ୍ରହଣ କରିଥିବା କଗନିଜାନ୍ସ୍କୁ ରଦ୍ଦ କରାଯାଉ ବୋଲି ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଉପଯୁକ୍ତ ପ୍ରମାଣ ନଥାଇ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି । ମାମଲାରେ ରାଜ୍ୟ ସରକାର ଓ ପରୀର ବାପା ଅଶୋକ ସାହୁଙ୍କୁ ପକ୍ଷଭୁକ୍ତ କରାଯାଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି।
The post ପରୀ ହତ୍ୟା ମାମଲା : ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନାବାଳକ ଅଭିଯୁକ୍ତ first appeared on Sambad.
from ଜିଲ୍ଲା – Sambad https://ift.tt/3c1fi2u
0 Comments